ଖୁଣ୍ଟୁଣୀରେ ହେବ ଆଜୀବନ ବନ୍ଦୀଙ୍କ ସ୍ବତନ୍ତ୍ର ଜେଲ୍‌

ଜେଲ୍‌ ହସ୍ତାନ୍ତର ପାଇଁ ଓପିଏଚ୍‌ଡବ୍ଲ୍ଲୁୁସିର ଚିଠି

କଟକ : ଜେଲ୍‌ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ କଟକ ଜିଲ୍ଲା ଖୁଣ୍ଟୁଣୀରେ ଖୋଲିବାକୁ ଯାଉଛି ଆଜୀବନ ବନ୍ଦୀଙ୍କ ପାଇଁ ସ୍ବତନ୍ତ୍ର ଜେଲ୍‌। ଏଥିରେ ୫୦୦ ବନ୍ଦୀ ରହିବାର ବ୍ୟବସ୍ଥା କରାଯାଇଛି। ମୋଟ ୧୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଜେଲ୍‌ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ଜାନୁଆରି ସୁଦ୍ଧା ରାଜ୍ୟର ଅନ୍ୟ ଜେଲ୍‌ରେ ଥିବା ଆଜୀବନ କଏଦୀଙ୍କୁ ନିର୍ଦ୍ଦିଷ୍ଟ ନିୟମ ଆଧାରରେ ନୂଆ ଜେଲ୍‌କୁ ସ୍ଥାନାନ୍ତର କରାଯିବ ବୋଲି ଜେଲ୍‌ ବିଭାଗ ପକ୍ଷରୁ ସୂଚନା ମିଳିଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୪ ମସିହାରେ ଜେଲ୍‌ ବିଭାଗକୁ ଖୁଣ୍ଟୁଣିରେ ଆଜୀବନ କଏଦୀଙ୍କ ପାଇଁ ଜେଲ୍‌ ନିର୍ମାଣ କରିବାକୁ ୨୮ ଏକର ଜମି ପ୍ରଦାନ କରାଯାଇଥିଲା। ନିର୍ମାଣ ଦାୟିତ୍ବ ଓଡ଼ିଶା ରାଜ୍ୟ ପୁଲିସ ହାଉସି˚ ଆଣ୍ତ େଵଲ୍‌ଫେୟାର କୋଅପରେସନ୍‌ ଲିମିଟେଡ୍‌କ(ଓପିଏଚ୍‌ଡବ୍ଲୁସି)କୁ ପ୍ରଦାନକ କରାଯାଇଥିଲା। ୧୨ କୋଟି ଟଙ୍କା ବ୍ୟୟରେ ଜେଲ୍‌ ନିର୍ମାଣ କରାଯାଉଥିବା ବେଳେ ୪ଟି କୋଟି ଟଙ୍କା ବ୍ୟୟରେ ଅଧିକାରୀ ଏବ˚ ଵାର୍ଡର‌୍‌ଙ୍କ ପାଇଁ କ୍ବାର୍ଟର ନିର୍ମାଣ କରାଯାଇଛି। ୧୨ଟି ସେଲ୍‌ ନିର୍ମାଣ ହୋଇଥିବା ବେଳେ ୪୫୦ ଜଣ ପୁରୁଷ କଏଦୀ ଏବ˚ ୫୦ ଜଣ ମହିଳା କଏଦୀ ରହିପାରିବେ। ପୁରୁଷ ଓ ମହିଳା କଏଦୀଙ୍କ ପାଇଁ ପୃଥକ ଡାଇନି˚ ହଲ୍‌ ରହିଛି। ମହିଳାଙ୍କ ପାଇଁ ୧୨ଟି ଏବ˚ ପୁରୁଷଙ୍କ ପାଇଁ ୪୮ଟି ଶୌଚାଳୟ କରାଯାଇଛି। କଏଦୀଙ୍କ ପିଲାଙ୍କୁ ପଢ଼ାଇବା ପାଇଁ ୨ହଜାର ବର୍ଗଫୁଟ୍‌ରେ ଦୁଇଟି ସ୍କୁଲ ଘର ନିର୍ମାଣ କରାଯାଇଛି। ୩୦୫୦ ବର୍ଗଫୁଟରେ ଦୁଇଟି ଇଣ୍ତଷ୍ଟ୍ରି ହଲ୍‌ କରାଯାଇଛି। ଏଥିରେ କଏଦୀମାନେ ବିଭିନ୍ନ କାମ କରି ସମୟ ଅତିବାହିତ କରିବେ। କଏଦୀମାନେ ଚିକିତ୍ସା ହେବା ପାଇଁ ଏକ ଅତ୍ୟାଧୁନିକ ହସ୍‌ପିଟାଲ ଖୋଲିଥିବା ବେଳେ ଜଣେ ଡାକ୍ତର ଏବ˚ ଫାର୍ମାସିଷ୍ଟଙ୍କୁ ନିଯୁକ୍ତ କରାଯିବ। ପରେ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତ କରାଯିବ। ମୋଟାମୋଟି ଭାବେ ଜଘନ୍ୟ ଅପରାଧରେ ଆଜୀବନ ସଜା କାଟୁଥିବା ଅପରାଧୀଙ୍କୁ ଏଠାରେ ରଖାଯିବାକୁ ନିଷ୍ପତ୍ତି ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଅନ୍ୟପଟେ ୪ କୋଟି ଟଙ୍କାରେ ମୋଟ ୨୩ଟି କ୍ବାର୍ଟର‌୍‌ ନିର୍ମାଣ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୨୦ଟି ନିର୍ମାଣ ଶେଷ ହୋଇଛି। ଜେଲ୍‌ କାର୍ଯ୍ୟ ଶେଷ ହୋଇଥିବାରୁ ଗତ ସପ୍ତାହରେ ଓଡ଼ିଶା ରାଜ୍ୟ ପୁଲିସ ହାଉସି˚ ଆଣ୍ତ େଵଲ୍‌ଫେୟାର କୋଅପରେସନ୍‌ ଲିମିଟେଡ୍‌ର ସିଏମ୍‌ଡି (ଚେୟାର‌୍‌ମ୍ୟାନ କମ୍‌ ମ୍ୟାନେଜି˚ ଡାଇରେକ୍ଟର)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜେଲ୍‌ ବିଭାଗକୁ କୋଠା ହସ୍ତାନ୍ତର ସ˚କ୍ରାନ୍ତରେ ଚିଠି ଲେଖାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଜେଲ୍‌ ବିଭାଗର ତଥ୍ୟ ମୁତାବକ ଏବେ ରାଜ୍ୟର ୫ଟି ସର୍କଲ ଜେଲ୍‌ ଅଧୀନରେ ୮୭ଟି ଜେଲ୍‌ କାର୍ଯ୍ୟ କରୁଛି। ଏଥିରେ ଖୋର୍ଧା ଜାମୁଝରୀର ମୁକ୍ତାକାଶ ଜେଲ୍‌, ସମ୍ବଲପୁରରେ ସ୍ବତନ୍ତ୍ର ମହିଳା ଜେଲ୍‌ ନାରୀ ବନ୍ଦୀ ନିକେତନ କାର୍ଯ୍ୟ କରୁଛି। ସ୍ବତନ୍ତ୍ର ଭାବେ ଦୁଇଟି ଜେଲ୍‌ କାର୍ଯ୍ୟ କରୁଥିବା ବେଳେ ଏଥିରେ ଖୁଣ୍ଟୁଣୀ ଯୋଡ଼ି ହେବାକୁ ଯାଉଛି। ୮୭ଟି ଜେଲ୍‌ରେ ମୋଟ ୧୮, ୦୧୨ ଜଣ କଏଦୀଙ୍କ ରହିବା ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ ୧୫, ୯୬୫ ଜଣ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଆଜୀବନ କଏଦୀଙ୍କ ସ˚ଖ୍ୟା ୩ ହଜାର ୩୮୧ରୁ ଅଧିକ ଥିବା ଜେଲ୍‌ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଏବେ ୫୦୦ କଏଦୀଙ୍କ ପାଇଁ ଖୁଣ୍ଟୁଣୀରେ ବ୍ୟବସ୍ଥା ହୋଇଥିବା ବେଳେ ନିର୍ଦ୍ଦିଷ୍ଟ ମାପଦଣ୍ତ ଏବ˚ ଅପରାଧ ଶ୍ରେଣୀକୁ ନେଇ ଅନ୍ୟ ଜେଲ୍‌ରୁ କଏଦୀଙ୍କୁ ଏହି ଜେଲକୁ ସ୍ଥାନାନ୍ତର କରାଯିବ।

ସମ୍ବନ୍ଧିତ ଖବର