କରୋନାର ଆଗାମୀ ଲହର ପାଇଁ ପ୍ରସ୍ତୁତି, ଶିଶୁଙ୍କ ଲାଗି ଗଠନ ହେବ କମିଟି

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ର ୨ୟ ଲହର ମାଡ଼ି ଚାଲିଥିବା ବେଳେ ସରକାର ଆଗାମୀ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜ୍ୟ ସରକାର ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି । ଏହି କମିଟିରେ ଡିଏମ୍‌ଇଟିଙ୍କ ଅଧ୍ୟକ୍ଷତାରେ କରିବେ । ସେହିଭଳି ପରିବାର କଲ୍ୟାଣ ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସମେତ ୮ ଜଣ ସଦସ୍ୟ ରହିବେ । ଏହି କମିଟି କରୋନା ମୁକାବିଲା ପାଇଁ ପରାମର୍ଶ ଦେବ । ଆବଶ୍ୟକ ଭିତ୍ତି ଭୂମି ନେଇ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବ ।

ସୂଚନାଯୋଗ୍ୟ, କରୋନାର ୨ୟ ଲହର ପାଇଁ ରାଜ୍ୟରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି । ସଂକ୍ରମଣକୁ ମୁକାବିଲା କରିବା ନେଇ ସରକାର ବଡ଼ ବଡ଼ ପଦକ୍ଷେପ ନେଉଛନ୍ତି । ରୋଗୀଙ୍କ ଜୀବନ କିଭଳି ବଂଚାଯାଇ ପାରିବ ଏହାକୁ ପ୍ରାଥମିକତା ଦେଇଛନ୍ତି ।

ସମ୍ବନ୍ଧିତ ଖବର