ଉଦାହରଣ ସୃଷ୍ଟିକଲା କେନ୍ଦୁଝର ପୁଲିସ : ସହିଦ ପୁଲିସଙ୍କ ସମ୍ମାନରେ ସ୍ବତନ୍ତ୍ର ଡାକ ଟିକଟ

କେନ୍ଦୁଝର : ଦେଶର ସୁରକ୍ଷା ପାଇଁ ଲଢେ଼ଇ କରି ସହିଦ ହୋଇଥିଲେ। ସେଇ ଅଶୋକ ଚକ୍ର ସମ୍ମାନ ପାଇଥିବା ସହିଦ ପୁଲିସମାନଙ୍କୁ ପୁଣି ଏକ ଭିନ୍ନ ଢ଼ଙ୍ଗରେ ସମ୍ମାନିତ କରିଛି କେନ୍ଦୁଝର ପୁଲିସ। ଡାକ ବିଭାଗ ସହିତ ମିଳିତ ସହଯୋଗରେ ଏହି ଅଶୋକ ଚକ୍ର ଉପାଧିଧାରୀଙ୍କ ପାଇଁ ପ୍ରକାଶ କରିଛି ସ୍ବତନ୍ତ୍ର ଡାକ ଟିକଟ। ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। କେନ୍ଦୁଝର ପୁଲିସ ଓ ଭାରତୀୟ ଡାକ ବିଭାଗ ମିଳିତ ସହଯୋଗରେ ୧୦ ଜଣ ଅଶୋକଚକ୍ର ଉପାଧିପ୍ରାପ୍ତ ତଥା ସହିଦ ପୁଲିସ ଅଧିକାରୀଙ୍କ ଉଦ୍ଦେଶ୍ୟରେ ୫ ଟଙ୍କିଆ ସ୍ବତନ୍ତ୍ର ଡାକ ଟିକଟ ପ୍ରକାଶ କରିଛି। ଡାକ ବିଭାଗର ‘ମାଇଁ ଷ୍ଟାମ୍ପ’ ଯୋଜନାରେ ଏଭଳି ଷ୍ଟାମ୍ପ ତିଆରି ହୋଇଥିବା ବେଳେ ଏହାର ପଛ ଭାଗରେ ରହିଛି ଓଡ଼ିଶାର ପ୍ରସିଦ୍ଧ କୋଣାର୍କ ମନ୍ଦିରର ଚିତ୍ର। ସେହିଭଳି ଡାକ ଟିକଟରେ ରହିଛି ମଧୢ ଅଶୋକ ଚକ୍ର ଉପାଧିପ୍ରାପ୍ତ ସହିଦ ପୁଲିସଙ୍କ ଛବି।

ଏହି ଷ୍ଟାମ୍ପରେ ରହିଛି ରଣଧୀର ପ୍ରସାଦ ବର୍ମା, କମଳେଶ କୁମାରୀ ଯାଦବ, ପ୍ରମୋଦ କୁମାର ଶତପଥୀ, ଆରପି ଡିଙ୍ଗଡୋ, ମୋହନଚାନ୍ଦ ଶର୍ମା, ଟୁକାରାମ ଓମ୍‌ଲେ, ଅଶୋକ କାମତେ, ବିଜୟ ସଲାସ୍କର, ହେମନ୍ତ କାରକାରେ ଏବ˚ କେ ପ୍ରସାଦ ବାବୁ। ଏମାନଙ୍କ ମଧୢରୁ ଓଡ଼ିଶାର ପ୍ରମୋଦ କୁମାର ଶତପଥୀଙ୍କ ଷ୍ଟାମ୍ବ ମଧୢ ରହିଛି। ଓଡ଼ିଶା ପୁଲିସର ସ୍ପେଶାଲ ଅପରେସନ ଗ୍ରୁପ୍‌ରରେ ଆସିଷ୍ଟାଣ୍ଟ କମାଣ୍ତାଣ୍ଟ ଭାବେ କାମ କରୁଥିବା ପ୍ରମୋଦ କୁମାର ୨୦୦୮ ମସିହାରେ ନୟାଗଡରେ ଅସ୍ତ୍ରାଗାର ଉପରେ ନକ୍ସଲ ଆକ୍ରମଣ ସମୟରେ ଲଢେ଼ଇ କରି ସହିଦ ହୋଇଥିଲେ। ତାଙ୍କୁ ୨୦୦୯ ଜାନୁଆରି ୨୬ ତାରିଖରେ ଅଶୋକଚକ୍ର ଉପାଧି ପ୍ରଦାନ କରାଯାଇଥିଲା। ଏହି ୧୦ ଜଣ ପୁଲିସ ସହିଦଙ୍କ ସମ୍ମାନାର୍ଥେ ପ୍ରକାଶିତ ଷ୍ଟାମ୍ପରେ ମଧୢ ଓଡ଼ିଶାର ପ୍ରମୋଦ କୁମାର ଶତପଥୀଙ୍କ ଷ୍ଟାମ୍ପ ରହିଛି। ଏ ସ˚ପର୍କରେ କେନ୍ଦୁଝର ଏସ୍‌ପି ଜୟନାରାୟଣ ପଙ୍କଜ କହିଥିଲେ, ପୁଲିସ ବାହିନୀରେ ବି ଦେଶ ପାଇଁ ଲଢେ଼ଇ କରି ଜୀବନ ଦେଇଛନ୍ତି। କିନ୍ତୁ ଏହା କମ୍‌ ଲୋକ ଜାଣିଛନ୍ତି। ଏମିତିକି ନୟାଗଡ଼ରେ ଥିବା ଆସିଷ୍ଟାଣ୍ଟ କମାଣ୍ତାଣ୍ଟ ପ୍ରମୋଦ ଶତପଥୀ ମଧୢ ନକ୍ସଲଙ୍କ ସହିତ ଲଢେ଼ଇ କରି ଜୀବନ ଦେଇଥିଲେ। ତେବେ ସେଇମାନଙ୍କ ସମ୍ମାନାର୍ଥେ ଏଭଳି ଏକ ଯୋଜନା କେନ୍ଦୁଝର ଜିଲ୍ଲା ହାତକୁ ନେଇଥିଲା। ଏହାଦ୍ବାରା ସାଧାରଣ ଲୋକେ ବି ପୁଲିସର ତ୍ୟାଗ ସ˚ପର୍କରେ ଜାଣି ପାରିବେ ବୋଲି ଏସ୍‌ପି ଶ୍ରୀ ପଙ୍କଜ କହିଥିଲେ।

ସମ୍ବନ୍ଧିତ ଖବର