ପୁରୀରୁ ଭୁବନେଶ୍ୱର ଦେଇ ବାରିପଦାର ଭଞ୍ଜପୁରକୁ ଗଡ଼ିବ ସ୍ୱତନ୍ତ୍ର ସାପ୍ତାହିକ ଟ୍ରେନ୍‌

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀରୁ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାର ଭଞ୍ଜପୁରକୁ ସ୍ୱତନ୍ତ୍ର ସାପ୍ତାହିକ ଟ୍ରେନ୍‌ ଗଡ଼ିବ। ମୟୂରଭଞ୍ଜ ଜିଲ୍ଲାର ଯାତ୍ରୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଏହି ନିଷ୍ପତ୍ତି ଗ୍ରହଣ କରିଛି। ଏହି ସ୍ୱତନ୍ତ୍ର ସାପ୍ତାହିକ ଟ୍ରେନ୍‌ ପୁରୀ ଷ୍ଟେସନରୁ ଭୁବନେଶ୍ୱର ଦେଇ ଭଞ୍ଜପୁରରେ ପହଞ୍ଚିବ।

ପୂର୍ବତଟ ରେଳପଥ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଚଳିତ ମାସ ୩୧ ତାରିଖ ଠାରୁ ଟ୍ରେନ ନମ୍ବର ୦୯୦୯୨ ପୁରୀ-ଭଞ୍ଜପୁର ସ୍ୱତନ୍ତ୍ର ଟ୍ରେନ୍‌ ପୁରୀ ଷ୍ଟେସନରୁ ପ୍ରତ୍ୟେକ ଶୁକ୍ରବାର ରାତି ୧୧ଟା ୫୫ରେ ଛାଡ଼ିବ ଏବଂ ଏହା ଶନିବାର ସକାଳ ୬ଟା ୫୦ ମିନିଟରେ ଭଞ୍ଜପୁର ଷ୍ଟେସନରେ ପହଞ୍ଚିବ।

ସେହିପରି ଫେରିବା ସମୟରେ ଟ୍ରେନ ନମ୍ବର ୦୮୦୯୧ ଭଞ୍ଜପୁର-ପୁରୀ ସ୍ୱତନ୍ତ୍ର ଟ୍ରେନ୍‌ ଭଞ୍ଜପୁର ଷ୍ଟେସନରୁ ପ୍ରତ୍ୟେକ ଗୁରୁବାର ରାତି ୧୧ଟା ୫୦ରେ ବାହାରି  ଶୁକ୍ରବାର ୭ଟା ୧୦ ମିନିଟରେ ପୁରୀ ଷ୍ଟେସନରେ ପହଞ୍ଚିବ। ଭଞ୍ଜପୁର ଷ୍ଟେସନରୁ ଯାତ୍ରୀମାନଙ୍କୁ ଏହି ସୁବିଧା ଚଳିତ ମାସ ୩୦ ତାରିଖ ଠାରୁ ମିଳିବ।

ସ୍ୱତନ୍ତ୍ର ଟ୍ରେନ୍‌ରେ ଗୋଟିଏ ସ୍ଲିପର କ୍ଲାସ, ୭ଟି ସେକେଣ୍ଡ କ୍ଲାସ କୋଚ୍‌ ଏବଂ ୨ଟି ଗାର୍ଡ କମ୍‌ ଲଗେଜ୍‌ ଭ୍ୟାନ୍‌ ରହିବ। ପୁରୀ ଓ ଭଞ୍ଜନଗର ଷ୍ଟେସନ ମଧ୍ୟରେ ଏହି ଟ୍ରେନ୍‌ ଖୋର୍ଦ୍ଧାରୋଡ଼, ଭୁବନେଶ୍ୱର, ନରାଜ ମାର୍ଥାପୁର, ଯାଜପୁର ରୋଡ଼, କେନ୍ଦୁଝର ରୋଡ଼, ଭଦ୍ରକ, ସୋର, ବାଲେଶ୍ୱର, ରୁପସା, ବେତନଟୀ ଓ ବାରିପଦାରେ ରହଣି କରିବ।

ସମ୍ବନ୍ଧିତ ଖବର