ଲାଞ୍ଚ ନେବାବେଳେ ଧରାପଡ଼ିଲେ ପିଇଓ

ଭୁବନେଶ୍ୱର: ଲାଞ୍ଚ ନେବାବେଳ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଖରିପୁଟ ଗ୍ରାମ ପଞ୍ଚାତର ପିଇଓ ରାମକୃଷ୍ଣ ପାଣିଗ୍ରାହୀ ୪୦,୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ସେ ଇନ୍ଦୁପୁର ଠାରେ ଏକ ଶବ ସତ୍କାର ଗୃହ ନିର୍ମାଣ ଲାଗି ବନମାଳି ଭୁଟାନଙ୍କ ଠାରୁ ଏହି ଅର୍ଥ ଦାବି କରିଥିଲେ। ଭୁଟାନ ଭିଜିଲାନ୍ସ ସହ ସହଯୋଗ କରି ୪୦,୦୦୦ଟଙ୍କା ଲାଞ୍ଚ ନେଇଥିଲେ। ଲାଞ୍ଚ ଗ୍ରହଣ କରିବା ବେଳେ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ପିିଇଓଙ୍କୁ ଧରି ଲାଞ୍ଚ ଟଙ୍କା ଜବତ କରିଥିଲେ।

 

ସମ୍ବନ୍ଧିତ ଖବର