ଶ୍ରୀହୀନ ଶ୍ରୀବିହାର

ପୁରୀ : ପୁରୀ ତାଳବଣିଆସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ଶ୍ରୀବିହାରର ଶ୍ରୀ ଉଜୁଡିଯାଇଛି। ପ୍ରଳୟଙ୍କରୀ ବାତ୍ୟା ‘ଫନି’ ପ୍ରଭାବରେ ସଂସ୍କୃତ ବିଶ୍ବବିଦ୍ୟାଳୟର ସବୁ କିଛି ଛାରଖାର ହୋଇଯାଇଛି। ବିଶ୍ବବିଦ୍ୟାଳୟ ପରିସରର ସବୁଜିମା ନିଶ୍ଚିହ୍ନ ହୋଇ ଯାଇଥିବା ବେଳେ ହଜାର ହଜାର ଝାଉଁଗଛ ମାଟିରେ ଧରାଶାୟୀ ହୋଇଛି। ବାତ୍ୟା ପ୍ରଭାବରେ ବିଶ୍ବବିଦ୍ୟାଳୟର ଏକାଡେମିକ ବ୍ଲକ୍, ପ୍ରଶାସନିକ କକ୍ଷ, ଛାତ୍ରାବାସ, କର୍ମଚାରୀଙ୍କ ବାସଭବନ ସମେତ ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ଆସବାବପତ୍ର ନଷ୍ଟ ହୋଇଯାଇଛି। ସମୁଦ୍ରକୂଳ‌ରେ ଥିବା ଏହି ବିଶ୍ବବିଦ୍ୟାଳୟରେ ବାଲି ପଶିଯାଇଛି। ‌ଶ୍ରୀବିହାର‌ରେ ୧୦ କୋଟିରୁ ଅଧିକ ଟଙ୍କ‌ା କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି। ଶ୍ରୀବିହା‌ରରେ ସ୍ବାଭାବିକ ସ୍ଥିତି ଫେରିବା ଲାଗି ସମୟ ଲାଗିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର