ବିଜେପି ପକ୍ଷରୁ ପ୍ରକାଶ ପାଇଲା ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା, ୨ କେନ୍ଦ୍ରମନ୍ତ୍ରୀଙ୍କ ସହ ଏହି ନେତା ସାମିଲ ଅଛନ୍ତି

ଭୁବନେଶ୍ୱର: ଉପନିର୍ବାଚନ ପାଇଁ ଆଜି  ବିଜେପି ପକ୍ଷରୁ ମଧ୍ୟ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଢ଼ଙ୍ଗୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ, ଅପରାଜିତା ଷଢ଼ଙ୍ଗୀ, ବସନ୍ତ କୁମାର ପଣ୍ଡା ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ରହିଥିବା ଜଣା ପଡ଼ିଛି |

ଏମାନଙ୍କ ବ୍ୟତୀତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବୈଜୟନ୍ତ ପଣ୍ଡା, ଅରୁଣ ସିଂହ, ସୌଦାନ ସିଂ, କେ.ଭି. ସିଂ ଦେଓ, ମନମୋହନ ସାମଲ, ବିଶେଶ୍ୱର ଟୁଡୁ, ଅଶ୍ବିନୀ ବୈଷ୍ଣବ, ସମ୍ବିତ ପାତ୍ର, ବିଷ୍ଣୁ ସେଠି, ଏମ.ଏ ଖାରବେଳ ସ୍ୱାଇଁ, ପୃଥୀରାଜ ହରିଚନ୍ଦନ, ବିଜୟ ମହାପାତ୍ର, ପ୍ରକାଶ ମିଶ୍ର, ମୋହନ ଚରଣ ମାଝୀ, ସୁକାନ୍ତ କୁମାର ନାୟକ, ରଘୁନାଥ ମହାନ୍ତି, ପଦ୍ମଲୋଚନ ପଣ୍ଡା, ଜୟନାରାୟଣ ମହାନ୍ତି, ଗୋଲକ ପ୍ରସାଦ ମହାପାତ୍ର, ବିଭୁ ପ୍ରସାଦ ତରାଇ, ଭୃଗୁ ବକ୍ସିପାତ୍ର  ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନାଁ ଏହି ତାଲିକାରେ ରହିଛି ।

ସମ୍ବନ୍ଧିତ ଖବର