ଅଗ୍ନିଶମ ସେବା ସଂସ୍ଥା ଦକ୍ଷତା ବୃଦ୍ଧି ନିମନ୍ତେ ଆସିବ ହାଇଟେକ୍‌ ଯନ୍ତ୍ରପାତି

ଭୁବନେଶ୍ୱର: ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ଦକ୍ଷତା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଗ୍ନିଶମ ସେବା ସଂସ୍ଥାର ଦକ୍ଷତା ବୃଦ୍ଧି ନିମନ୍ତେ ଯୋଜନା ପ୍ରସ୍ତୁତି ହୋଇଛି। ସରକାର ହାଇଟେକ୍‌ ଯନ୍ତ୍ରପାତି କିଣିବେ।

ଅଗ୍ନିଶମ ସେବା ସଂସ୍ଥା ଦକ୍ଷତା ବୃଦ୍ଧି ନିମନ୍ତେ ସରକାର ହାଇଟେକ୍‌ ଯନ୍ତ୍ରପାତି କିଣିବେ। ଏଥି ପାଇଁ ୩୯.୫୮ କୋଟି ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ ମିଳିଛି। ଓଡ୍ରାଫ୍‌ ୟୁନିଟର ଦକ୍ଷତା ବୃଦ୍ଧି ନିମନ୍ତେ ହାଇଟେକ୍‌ ସରଞ୍ଜାମ ଆସିବ। ଏଥି ପାଇଁ ୬୫.୩୫ କୋଟି ଟଙ୍କାର ଅଟକଳ ଅନୁମୋଦନ ହୋଇଛି। ଏତଦ୍‌ ବ୍ୟତୀତ ୧୦ଟି ଓଡ୍ରାଫ ୟୁନିଟର କାର୍ଯ୍ୟାଳୟ ନିର୍ମାଣ ହେବ। ଏଥି ପାଇଁ ୩୪ କୋଟି ଟଙ୍କାର ବ୍ୟୟ ଅଟକଳ ଅନୁମୋଦନ ହୋଇଛି।

ସମ୍ବନ୍ଧିତ ଖବର