ଏଣିକି ରାଜ୍ୟ ସଚିବାଳୟ ଲୋକସେବା ଭବନ ଭାବେ ନାମିତ ହେବ

ଭୁବନେଶ୍ୱର: ଏଣିକି ରାଜ୍ୟର କ୍ଷମତା କେନ୍ଦ୍ର ସଚିବାଳୟ ପରିବର୍ତ୍ତେ ‘ଲୋକସେବା ଭବନ’ ଭାବେ ନାମିତ ହେବ। ଏହା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ବିଧାନସଭାରେ ଏହି ଘୋଷଣା କରିଛନ୍ତି। ମୁଁ ଆମ ରାଜ୍ୟବାସୀଙ୍କ ପ୍ରତି ଗଭୀର ଭାବେ କୃତଜ୍ଞ ଏବଂ ସେମାନଙ୍କର ଆଶା ଆକାଂକ୍ଷା ପୂରଣ ପାଇଁ ଆହୁରି କଠିନ ପରିଶ୍ରମ କରିବି। ଗଣତନ୍ତ୍ରରେ ଜନସାଧାରଣ ପ୍ରଭୁ ଏବଂ ଆମେ ସମସ୍ତେ ସେବା କରିବା ପାଇଁ ଅଛୁ। ଏହି ପରିପ୍ରେକ୍ଷୀରେ ମୁଁ ଘୋଷଣା କରୁଛି ଯେ, ସଚିବାଳୟ ବା ‘ସେକ୍ରେଟାରିଏଟ’ ଏଣିକି ‘ଲୋକସେବା ଭବନ’ ନାମରେ ନାମିତ ହେବ।

ମୁଖ୍ୟମନ୍ତ୍ରୀ ଆଜି ଏହି ଘୋଷଣା ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନାର ଉତ୍ତର ଦେବା ବେଳେ କରିଥିଲେ।

ସମ୍ବନ୍ଧିତ ଖବର