ଗଠନ ହେଲା ଷ୍ଟିଲାଇଟ୍‌ସ ୱେଲଫେୟାର ସୋସାଇଟି

ଭୁବନେଶ୍ବର : ଦେଶର ସର୍ବବୃହତ୍ତ ସାଧାରଣ ଉଦ୍ୟୋଗ ଷ୍ଟିଲ୍‌ ଅଥରିଟି ଅଫ୍ ଇଣ୍ଡିଆ (ସେଲ୍‌)ର ବିଭିନ୍ନ ଷ୍ଟିଲ୍‌ ପ୍ଲାଣ୍ଟରେ କାର୍ଯ୍ୟ କରି ଅବସର ନେଇଥିବା ୫୦୦ରୁ ଅଧିକ ଉଚ୍ଚପଦାଧିକାରୀଙ୍କୁ ନେଇ ଷ୍ଟିଲାଇଟ୍‌ସ ୱେଲଫେୟାର ସୋସାଇଟି, ଭୁବନେଶ୍ବର ଗଠନ ହୋଇଛି। ମୁଖ୍ୟତଃ ଅବସର ପରେ ଭୁବନେଶ୍ବର, କଟକ ଓ ଖୋର୍ଦ୍ଧାରେ ରହୁଥିବା ସେଲ୍‌ର ବରିଷ୍ଠ ଅଧିକାରୀମାନେ ଏଥିରେ ସାମିଲ୍‌ ହୋଇଛନ୍ତି। ସୋସାଇଟିକୁ ଅଧିକ କାର୍ଯ୍ୟକ୍ଷମ କରିବାକୁ ୨୦୨୦-୨୦୨୨ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ମ‌େନାନୀତ ହୋଇଛନ୍ତି।

ଷ୍ଟିଲାଇଟ୍‌ସ ୱେଲଫେୟାର ସୋସାଇଟିର ସାଧାରଣ ସମ୍ପାଦକ ଇଂ. ଅରୁଣ କୁମାର ମହାନ୍ତି କହିଛନ୍ତି ଯେ, ସୋସାଇଟି‌ର ସଦସ୍ୟମାନେ ବୈଷୟିକ ତଥା ପରିଚାଳନା ଜ୍ଞାନକୌଶଳରେ ଅନେକ ଅଭିଜ୍ଞତା ହାସଲ କରିଛନ୍ତି। ତାହାର ସଦୁପଯୋଗ କରି ସମାଜର ଉନ୍ନତି ନିମନ୍ତେ କିଛି କରିବାର ସକାରାତ୍ମକ ଚିନ୍ତାଧାରା ନେଇ ଆଗେଇବାର ଲକ୍ଷ୍ୟ ରଖିଛନ୍ତି। ଏହି ସୋସାଇଟି ଆଗାମୀ ଦିନରେ ବୈଷୟିକ ପାଠଚକ୍ର, ସମ୍ମିଳନୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜକୁ ତଥା ଯୁବପିଢ଼ିଙ୍କୁ ସମାଜର ଗଠନମୂଳକ କାର୍ଯ୍ୟ କରିବାକୁ ଉତ୍ସାହିତ କରିବାର ଆଭିମୁଖ୍ୟ ରଖିଛି। ତେଣୁ ରାଜ୍ୟ ସରକାର ଷ୍ଟିଲାଇଟ୍‌ସ ୱେଲଫେୟାର ସୋସାଇଟିର ସଦସ୍ୟମାନଙ୍କର ଅଭିଜ୍ଞତାକୁ ବ୍ୟବହାର କରିବା ଦରକାର ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର