‘ରେଡିଓ ଜରିଆରେ ଷ୍ଟଡି ଫ୍ରମ୍ ହୋମ୍‌ ସମ୍ଭବ’

ଭୁବନେଶ୍ବର : ମହାମାରୀ ‘କରୋନା’ ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ହେବା ଫଳରେ ଛାତ୍ରଛାତ୍ରୀଙ୍କ ମୂଲ୍ୟବାନ୍‌ ସମୟ ନଷ୍ଟ ହେଉଛି। ଏଭଳି ଜରୁରୀକାଳୀନ ପରିସ୍ଥିତିରେ ରେଡିଓର ବ୍ୟବହାର କରି ଶିକ୍ଷାଦାନ ଜାରି ରଖାଯାଇ ପାରିବ ବୋଲି ପ୍ରସାରଣ ବିଶେଷଜ୍ଞ ସୁବ୍ରତ ପତି କହିଛନ୍ତି। ଏହାକୁ ‘ରେଡିଓ ଜରିଆରେ ଷ୍ଟଡି ଫ୍ରମ ହୋମ’ କହିପାରିବା ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ବର୍ତମାନର ସ୍ଥିତିରେ ଶିକ୍ଷାଦାନ କ୍ଷେତ୍ରରେ ରେଡିଓ ବେଶ୍‌ ଗୁରୁତ୍ୱପୂର୍ଣ ଭୂମିକା ନିଭାଇ ପାରିବ। ରେଡିଓ ଜରିଆରେ ପ୍ରତିଦିନ ଶିକ୍ଷକ/ଶିକ୍ଷୟିତ୍ରୀ ପାଠ ପଢ଼ାଇପାରିବେ। ଫୋନ-ଇନ୍‌ ଜରିଆରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରଶ୍ନ ସିଧାସଳଖ ଶିକ୍ଷକଙ୍କୁ ପଚାରି ଉତ୍ତର ପାରିବେ। ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କୁ ସେମାନଙ୍କର ଛୋଟ ଛୋଟ ଇ-ରେଡିଓ କେନ୍ଦ୍ର ଆରମ୍ଭ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏଭଳି ରେଡିଓ ଷ୍ଟେସନକୁ ଇ-ରେଡିଓ, ଇଣ୍ଟରନେଟ ରେଡିଓ, ୱେବ ରେଡିଓ ବା ଅନଲାଇନ ରେଡିଓ କୁହାଯାଇଥାଏ। ସ୍ମାର୍ଟଫୋନ ଜରିଆରେ ଏହି ଷ୍ଟେସନ୍‌ ଶୁଣାଯାଇପାରିବ। କମ ଖର୍ଚରେ ମାତ୍ର ୭ଦିନ ମଧ୍ୟରେ ଏଭଳି ରେଡିଓ ଷ୍ଟେସନ କାର୍ଯ୍ୟକ୍ଷମ ହୋଇପାରିବ। କେବଳ ବର୍ତମାନ ନୁହେଁ, ବର୍ଷସାରା ଏହି ରେଡିଓ ଷ୍ଟେସନଗୁଡ଼ିକ ଜରିଆରେ ଶିକ୍ଷାଦାନ ବ୍ୟତୀତ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ବୃଦ୍ଧିରେ ସହାୟକ ହୋଇପାରିବ।

ସମ୍ବନ୍ଧିତ ଖବର