ଆଗାମୀ ରବିବାର ପଡୁଛି ରାହୁଗ୍ରସ୍ତ ସୂର୍ଯ୍ୟୋପରାଗ, ଶ୍ରୀମନ୍ଦିରରେ ଏଭଳି ହେବ ନୀତିକାନ୍ତି

ଶନିବାର ରାତି ୧୦.୩୮ ମିନିଟ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ

ପୁରୀ: ୨୦୨୦ ମସିହାର ସବୁଠୁ ବଡ ମହାଜାଗତିକ ଘଟଣା ଜୁନ ୨୧ ତାରିଖରେ ହେବାକୁ ଯାଉଛି । ଆସନ୍ତା ରବିବାର ଦିନ ବଳୟ ସୂର୍ଯ୍ୟୋପରାଗ ଭାରତରେ ଦେଖିବାକୁ ମିଳିବ । ଆଉ ସୂର୍ଯ୍ୟୋପରାଗକୁ ନେଇ ଶ୍ରୀମନ୍ଦିରରେ ଏଭଳି ନୀତିକାନ୍ତି କରାଯିବ | ଦିନ ୧୧ ଘଟିକାରୁ ୧୧ଟା୩୦ ମଧ୍ୟରେ ଗ୍ରହଣ ମହାସ୍ନାନ ହେବାକୁ ଥିବାବେଳେ ଦିନ ୧୨ ଘଟିକାରୁ ୧୨.୩୦ ଘଟିକା ମଧ୍ୟରେ ମଇଲମ ଓ ବେଶ, ଦିନ ୧ ଘଟିକାରେ ମଙ୍ଗଳ ଆଳତି, ଦିନ ୧.୩୦ ମିନିଟରେ ମଇଲମ ଓ ତଡପଲାଗି, ଦିନ ୨.୩୦ ମିନିଟରେ ଅବକାଶ ନୀତି କରାଯିବ |

ସେହିପରି ଦିନ ୩.୧୫ରେ ସୂର୍ଯ୍ୟପୂଜା, ଦିନ ୩.୩୦ରେ ବେଶ ଶେଷ ହେବ | ସେହିପରି ୮ଟାରୁ ୯ଟା ମଧ୍ୟରେ ମଧ୍ୟାହ୍ନ ଧୂପ , ରାତ୍ର ୧୦.୩୦ ରେ ସନ୍ଧ୍ୟା ଆଳତି, ପରେ ୧୨.୩୦ରୁ ୪.୦୦ ମଧ୍ୟରେ ଦତ୍ତ ବନକଲାଗି ପ୍ରବେଶ ନୀତି କରାଯିବ |

ସେହିପରି ସୂର୍ଯ୍ୟୋପରାଗ ଦିନ ସାଧାରଣ ଭାବେ ଏହି ଦିନ ଶୁଭକର୍ମ ନିଷେଧ ହୋଇଥିବାବେଳେ ଜୁନ ୨୦ ତାରିଖ ରାତି ୧୦.୩୮ ମିନିଟ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ହୋଇଛି। ଦିବା ୨.୦୯ ମିନିଟରେ ସର୍ବମୋକ୍ଷ ପରେ ସ୍ନାନ କରି ପାକକର୍ମ କରିହେବ |

ସମ୍ବନ୍ଧିତ ଖବର