ଭୋଟର ସଚେତନତା ପାଇଁ ସୁଇପ କମିଟି ବୈଠକ

ଭୁବନେଶ୍ବର : ଆସନ୍ତା ସାଧାରଣ ନିର୍ବାଚନରେ ଅଧିକ ସଂଖ୍ୟକ ମତଦାତାଙ୍କ ଅଂଶଗ୍ରହଣ ନିମନ୍ତେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଆଜି ‘ସୁଇପ୍‌ କମିଟି’ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ନିର୍ବାଚନ କମିସନଙ୍କ ନିର୍ଦେଶାନୁସାରେ ସମସ୍ତ ସରକାରୀ, ବେସରକାରୀ ଓ କର୍ପେରେଟ୍‌ ସଂସ୍ଥାମାନଙ୍କରେ ‘ଭୋଟର ସଚେତନତା ଫୋରମ’ ଗଠନ କରାଯାଇ ସଂପୃକ୍ତ କର୍ମଚାରୀମାନଙ୍କୁ ଇଭିଏମ୍‌ ସହ ଭିଭିପ୍ୟାଟ୍‌ ମାଧ୍ୟମରେ ମତଦାନ ସଂପର୍କରେ ସଚେତନ କରାଯିବ। ଭୋଟର ତାଲିକାଭୁକ୍ତ ହୋଇନଥିବା ବ୍ୟକ୍ତିଙ୍କୁ ଭୋଟଦାନର ମହତ୍ବ ଓ ଦେଶ ଗଠନରେ ନାଗରିକର କର୍ତବ୍ୟ ସଂପର୍କରେ ଅବଗତ କରାଇବା ହେଉଛି ଭୋଟର ସଚେତନ ଫୋରମ୍‌ର ଉଦ୍ଦେଶ୍ୟ।

ବୈଠକରେ ଉପସ୍ଥିତ ଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ପ୍ରମୁଖ କର୍ପେରେଟ୍‌ ସଂସ୍ଥା ଯଥା ନାଲ୍‌କୋ, ସେଲ୍‌, ଓଏମ୍‌ସି, ଆଇଓସିଏଲ୍‌, ଏମ୍‌ସିଏଲ୍‌ ଏବଂ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀ ଭୋଟର୍‌ ସଚେତନତା କାର୍ଯ୍ୟକ୍ରମ ‘ସୁଇପ୍‌’ ଉପରେ ଆଲୋଚନା କରିଥିଲେ। ଖଏହି ଅବସରରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଅଭୟ କୁମାର ନାୟକ, ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦେଶକ ଲକ୍ଷ୍ମୀଧର ମହାନ୍ତି, ଅତିରିକ୍ତ ନିର୍ଦେଶକ ନିରଂଜନ ସେଠୀ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ରଘୁରାମ ଆର୍‌. ଆୟର, ଶିଳ୍ପ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ବିଭୂତି ଭୂଷଣ ଦାସ, ଶକ୍ତି ବିଭାଗର ଅତିରିକ୍ତ ସଚିବ ପି କେ ଶତପଥୀ, ଇଡ୍‌କୋର ଲ୍ୟାଣ୍ଡ ଅଫିସର ସୁମିତ୍ରା କୁମାର ପଟ୍ଟନାୟକ, ନାଲ୍‌କୋର ପ୍ରଦୀପ କୁମାର ଏକ୍‌କା, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଡେପୁଟି ଜେନେରାଲ୍‌ ମ୍ୟାନେଜର ଗୌତମ ରାୟ, ଚିଫ୍‌ ମ୍ୟାନେଜର ବିକାଶ ରାୟ ଓ ମାନସ ରଂଜନ ଆଚାର୍ଯ୍ୟ, ଆଇଓସିଏଲ୍‌ର ଲ’ ମ୍ୟାନେଜର ବି ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର