ତାରା ପଟ୍ଟନାୟକ ଅସୁସ୍ଥ, ହସ୍ପିଟାଲରେ ଭର୍ତି

ଭୁବନେଶ୍ବର : ବିଶିଷ୍ଟ ଶିଳ୍ପପତି ତଥା ଫାଲ୍‌କନ ଗ୍ରୁପ୍‌ ଅଫ କମ୍ପାନିର ଅଧ୍ୟକ୍ଷ ତାରା ରଂଜନ ପଟ୍ଟନାୟକ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି। ଗତକାଲି ସକାଳେ ଶ୍ରୀ ପଟ୍ଟନାୟକ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲର ହୃଦ୍‌ରୋଗ ବିଭାଗ ଆଇସିୟୁରେ ଭର୍ତି କରାଯାଇଛି। ସେ ଏବେ ଆଇସିୟୁ ଭେଣ୍ଟିଲେଟର ସହାୟତାରେ ଚିକିତ୍ସିତ ହେଉଛନ୍ତି। ହସ୍ପିଟାଲର ହୃଦରୋଗ ବିଭାଗର ବରିଷ୍ଠ ଚିକିତ୍ସକ ଡା. ବ୍ରଜ ଦାସ ତାଙ୍କର ଚିକିତ୍ସା କରୁଥିବା ବେ‌ଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଶ୍ରୀ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ଉପରେ ତୀକ୍ଷ୍ମ ନଜର ରଖିଛନ୍ତି। ତେବେ ଏ ସଂପର୍କରେ ଶ୍ରୀ ପଟ୍ଟନାୟକଙ୍କ ପୁଅ ପାର୍ଥଜିତ ପଟ୍ଟନାୟକ କହିଛନ୍ତି ଯେ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ବି ସଂକଟାପନ୍ନ ରହିଛି। ତାଙ୍କ ପିତାଙ୍କ ଆଶୁ ଆରୋଗ୍ୟ କାମନା କରି ଠାକୁରଙ୍କ ନିକଟରେ ପ୍ରାର୍ଥନା କରିବାକୁ ପାର୍ଥଜିତ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର