ସଙ୍ଗରୋଧରେ ଅନ୍ତେବାସୀଙ୍କୁ ଦୁର୍ବ୍ୟବହାର କରି ଶିକ୍ଷକ ନିଲମ୍ବିତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଜକର ଉଚ୍ଚପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଶ୍ବଜିତ ପ୍ରଧାନ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ନିଶାସକ୍ତ ଅବସ୍ଥାରେ ଦୁର୍ବ୍ୟବହାର କରିବା ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ତଦନ୍ତ ପରେ ସମସ୍ତ ତଥ୍ୟ ଓ ପ୍ରମାଣକୁ ଭିତ୍ତି କରି ଦିଗପହଣ୍ଡି ବ୍ଲକ୍ ଶିକ୍ଷାଧିକାରୀ (ଚିଠି ନମ୍ବର,୭୨୮,ତା.୧୦/୫/୨୦୨୦) ଚାକିରିରୁ ନିଲମ୍ବିତ କରିଛନ୍ତି।

ବିଶ୍ବଜିତ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ର ଦାୟିତ୍ବରେ ରହିଥିଲେ। ତେବେ ସେ ମଦ ପିଇ ନିଶାସକ୍ତ ଅବସ୍ଥାରେ ଅନ୍ତେବାସୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ସେ ଅଶ୍ଳୀଳ ଭାଷାରେ ସେମାନଙ୍କୁ ଗାଳିଗୁଲଜ କରିଥିଲେ। ଏ ସଂପର୍କରେ ପଞ୍ଚାୟତ ସରପଞ୍ଚ ଚୈତନ୍ୟ ପ୍ରଧାନ ପୁଲିସ ଓ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଅବଗତ କରିଥିଲେ। ଏଭଳି ବିଶୃଙ୍ଖଳିତ କାର୍ଯ୍ୟକଳାପ ପାଇଁ କୋଭିଡ୍‌-୧୯ ଗାଇଡଲାଇନ୍ ଆଧାରରେ ବିଶ୍ବଜିତଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଆଉ ଦିଗପହଣ୍ଡି ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର