ଆନ୍ଦୋଳନରେ ପାଚିକା: ହାଣ୍ଡିଚଟୁ ଧରିଲେ ଶିକ୍ଷକ, ମଧ୍ୟାହ୍ନଭୋଜନ ରାନ୍ଧି ପରସିଲେ

ଚିକିଟି: ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ରୋଷେଇ ପାଇଁ ନିଯୁକ୍ତି ପାଇଥିବା ପାଚିକା ଓ ସହାୟିକାମାନେ ବିଭିନ୍ନ ଦଫା ଦାବି ପୂରଣ ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଫଳରେ ବିଦ୍ୟାଳୟ ଗୁଡ଼ିକରେ ମଧ୍ୟାହ୍ନଭୋଜନ ରୋଷେଇ ବାଧାପ୍ରାପ୍ତ ହେବା ଆଶଙ୍କାରେ ଶିକ୍ଷକମାନେ ନିଜେ ହାଣ୍ଡିଚଟୁ ଧରି ‌ରୋଷେଇଶାଳରେ ପଶିଥିଲେ। ଖାଦ୍ୟ ରୋଷେଇ କରିବା ସହ ପିଲାମାନଙ୍କୁ ପରସିଥିଲେ। ଚିକିଟି ବ୍ଲକ୍ ପିତାତଳି ଓ ଦାନପୁର ବିଦ୍ୟାଳୟର ଶିକ୍ଷକମାନେ ନିଜେ ଖାଦ୍ୟ ରୋଷେଇ କରିଥିଲେ। ଫଳରେ ମଧ୍ୟାହ୍ନଭୋଜନ ସ୍ବାଭାବିକ ଭାବେ ପରିଚାଳିତ ହୋଇଥିଲା। ସେହିପରି ରମ୍ପା ବରଡ଼ା ସ୍କୁଲରେ ପାଚିକା ଓ ସହାୟିକା ରୋଷେଇ କରିବାକୁ ସାମଗ୍ରୀ ଦେଇ ନଥିଲେ। ପ୍ରାୟ ଅଧିକାଂଶ ବିଦ୍ୟାଳୟରୁ ଏହି ଚିତ୍ର ସାମ୍ନାକୁ ଆସିଥିଲା। ତେବେ ଏନେଇ ବିଇଓଙ୍କ ପ୍ରତିକ୍ରିୟା ମିଳିପାରିନି।

ସମ୍ବନ୍ଧିତ ଖବର