ଗ୍ରୀଷ୍ମପ୍ରବାହ ପାଇଁ ଗୁରୁବାରଠାରୁ ମେ ୨ ପର୍ଯ୍ୟନ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି

ଭୁବନେଶ୍ବର : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା କାଲିଠାରୁ ମେ ୨ ପର୍ଯ୍ୟନ୍ତ ରାଜ୍ୟର ସବୁ ବୈଷୟିକ ବିଶ୍ବ ଶିକ୍ଷାନୁଷ୍ଠାନ ଛୁଟି ରହିବ । ତେବେ ପାଠପଢା ବନ୍ଦ ରହିଲେ ବି ପରୀକ୍ଷା ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଅନୁଷ୍ଠିତ ହେବ । ଏ ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାର ପୂର୍ବରୁ ହିଁ ସ୍କୁଲ, କଲେଜଗୁଡ଼ିକୁ ଛୁଟି ଘୋଷଣା କରିସାରିଛନ୍ତି । ଗତ ଏପ୍ରିଲରୁ ୨୬ରୁ ୩୦ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ, ଘରୋଇ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଲାଗି ଏହି ନିୟମ ଲାଗୁ ହୋଇଛି । ସେହିପରି ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟ ଗୁଡ଼ିକ ଆସନ୍ତା ମେ ୨ ପର୍ଯ୍ୟନ୍ତ ବନ୍ଦ ରହିବ ।

ସମ୍ବନ୍ଧିତ ଖବର