ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ତେଜେଶ୍ବର ପରିଡ଼ା, କେନ୍ଦ୍ରାପଡା ସାଂସଦଙ୍କ ଉପରେ ଖୁବ ଗର୍ଜିଲେ

ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହେଉଥିବା ଜନସଂପର୍କ ପଦଯାତ୍ରାକୁ ସଫଳ କରିବା ନିମନ୍ତେ ବିଜେଡି ପ୍ରସ୍ତୁତ ଆରମ୍ଭ କରିଦେଇଥିବା ବେଳେ ପୂର୍ବତନ ଖଦି ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ବିଜେଡ଼ିରୁ ଇସ୍ତଫା ଦେଲା ପରେ ସେ ଆଜି ବିଜେପିର ଭୁବନେଶ୍ବରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି। ବିଜେପି ରାଷ୍ଟୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପ୍ରଭାରୀ ଡି. ପୁରେନ୍ଦ୍ରଶ୍ବରୀ, ସହପ୍ରଭାରୀ ବିଜୟ ପାଲ ସିଂ ତୋମର, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ସାଧାରଣ ସଂପାଦକ ପୃଥିବୀରାଜ ହରିଚନ୍ଦନ ସମୂହଙ୍କ ଉପସ୍ଥିତିରେ ସେ ଯୋଗ ଦେଇଛନ୍ତି । ତାଙ୍କ ସହ ବୈକୁଣ୍ଠନାଥ ପରିଡା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବରୁ ବୈକୁଣ୍ଠ ମଧ୍ୟ ବିଜେଡିରେ ଥିଲେ । ବିଜେପିରେ ଯୋଗ ଦେବା ପରେ ସେ ବିଜେଡିର କେନ୍ଦ୍ରାପଡା ସାଂସଦଙ୍କ ଉପରେ ଖୁବ ଗର୍ଜିଥିଲେ। ବନ୍ୟା ବେଳେ କେବଳ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାବାସୀଙ୍କ ସହ ରହିଥିବା ସେ କହିଥିଲେ ।

ତେବେ ବିଜେଡି ଛାଡ଼ିବା ପୂର୍ବରୁଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଇସ୍ତଫା ପତ୍ରରେ ତେଜେଶ୍ବର ପରିଡ଼ା କହିଛନ୍ତି ଯେ, ବିଜେଡି ନେତୃତ୍ବରେ ପରିଚାଳିତ ସରକାରରେ ଓଡ଼ିଶାବାସୀଙ୍କ‌ ସେବା କରିବାର ସୁଯୋଗ ମିଳିଥିବାରୁ ସେଥିପାଇଁ ଧନ୍ୟବାଦ ଜଣାଉଛି। ବିଜେଡିରେ ଥିଲା ଭିତରେ ଉତ୍ସର୍ଗୀକୃତ ମନୋଭାବ ନେଇ ମୁଁ ରାଜ୍ୟବାସୀଙ୍କ ପାଇଁ କାମ କରିଛି। ମୋର ଦକ୍ଷତା ଅନୁସାରେ ଦଳ ପାଇଁ କାମ କରିଛି।

ସମ୍ବନ୍ଧିତ ଖବର