ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ : ୨୦ଟି ସ୍ଥାନରେ ପାରଦ ୧୫ ଡିଗ୍ରି ତଳେ

ଭୁବନେଶ୍ବର: ରାଜ୍ୟରେ ଶୀତର ପ୍ରକୋପ ବଢ଼ିଛି। ଓଡ଼ିଶାର ଅଧିକାଂଶ ସ୍ଥାନରେ ଶୀତ ପଡ଼ିଛି। ଆଜି ରାଜ୍ୟର ୨୦ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରି ତଳେ  ରେକର୍ଡ କରାଯାଇଛି। ଏଥିମଧ୍ୟରୁ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟୁଇଟରରେ ସୂଚନା ଦିଆଯାଇଛି। ଏଠାରେ ରାତିର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି। ଆଗାମୀ ୩ ରୁ ୪ ଦିନ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ। ରାଜ୍ୟରେ ଥଣ୍ଡା ଅନୁଭୂତ ହେବ ବୋଲି ମଧ୍ୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଏଣେ ଦ୍ୱିତୀୟ ସ୍ଥାନରେ ରହିଛି କୋରାପୁଟର ଶିମିଳିଗୁଡ଼ା। ଏଠାକାର ରାତିର ସର୍ବନିମ୍ନ ତାପମାତ୍ରା ତାପମାତ୍ରା ରହିଛି ୯ ଡିଗ୍ରି। ତା ତଳକୁ ରହିଛି ଫୁଲବାଣୀ-୧୦.୫ ଡିଗ୍ରି, କୋରାପୁଟ-୧୧, ଦାରିଙ୍ଗିବାଡ଼ି-୧୧, ଦେବଗଡ଼-୧୩, ହୀରାକୁଦ-୧୩.୩,ବୌଦ୍ଧ ଓ ରାଣିତାଲ(ଭଦ୍ରକ)-୧୩.୫, ଢେଙ୍କାନାଳ ଓ ନୟାଗଡ଼-୧୩.୫, ସୋନପୁର-୧୪.୬ ଓ ସମ୍ବଲପୁର-୧୪.୯ ଡିଗ୍ରି। ଏଣେ କଟକରେ ରାତିର ସର୍ବନିମ୍ନ ତାପମାତ୍ରା ୧୬.୪ ଥିବା ବେଳେ ଭୁବନେଶ୍ବରରେ ଏହା ୧୬ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର