କ୍ୟାଡ଼ର ମାଓବାଦୀ କଣ୍ଟାବାଞ୍ଜି ଏଡିଜେରେ ହାଜର ହେଲା

କଣ୍ଟାବାଞ୍ଜି: ଗିରଫ ହୋଇ ବଲାଙ୍ଗୀର ଜେଲରେ ଥିବା କ୍ୟାଡ଼ର ମାଓବାଦୀ ନିର୍ମଳା ମାଝୀକୁ ଶୁକ୍ରବାର କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର କରାଯାଇଥିଲା। ଗତ ୫ବର୍ଷ ପୂର୍ବରୁ ବିଶାଖାପାଟଣାରୁ ଟ୍ରେନ୍‌ ଯୋଗେ ଆସୁଥିବା ବେଳେ ଟିଟିଲାଗଡ଼ ରେଳ ଷ୍ଟେସନରେ ପୁଲିସ ସନ୍ଦେହରେ ଗିରଫ କରିଥିଲା। ନିର୍ମଳାଙ୍କ ସହ ମିଲିସିଆ ଗୌତମ ବାଗ ମଧ୍ୟ ଗିରଫ ହୋଇଥିଲା।

କ୍ୟାଡ଼ର ମାଓବାଦୀଙ୍କୁ କୋର୍ଟଚାଲାଣ ପରେ ବଲାଙ୍ଗୀର ଜେଲ ହାଜତରେ ରଖାଯାଇଛି। ଆଜି ସାକ୍ଷୀମାନଙ୍କୁ କୋର୍ଟରେ ହାଜର ପାଇଁ ନୋଟିସ କରାଯାଇଥିଲା। କେହି ସାକ୍ଷୀ ହାଜର ହୋଇ ନଥିବା ବେଳେ ପରବର୍ତ୍ତୀ ଶୁଣାଣି ଆସନ୍ତା ୨ ତାରିଖକୁ ରଖାଯାଇଥିବା ଓକିଲ ବିଷ୍ଣୁ ପ୍ରସାଦ ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର