କାର ଭାସିଗଲା, ଯାତ୍ରୀଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଆଠଗଡ: ସୋମବାର ମଧ୍ୟ ରାତ୍ରିରେ ଆଠଗଡରେ ବନ୍ୟା ଜଳରେ ଏକ କାର ଭାସିଯାଇଥିବା ଭଳି ଅଭାବନୀୟ ଘଟଣା ଘଟିଥିଲା। ଅନୁଗୋଳ ରୁ ପୁରୀ ଅଭିମୁଖେ ସୋମବାର ଏକ ପରିବାର କାର ଯୋଗେ ଯାଇଥିଲେ। ରାତିରେ ଫେରୁଥିବା ସମୟରେ ପୁରୁଣା କଟକ ସମ୍ବଲପୁର ରାସ୍ତାର ନିଧିପୁର ଗଢା ବନ୍ୟା ଜଳରେ ବୁଡି ଯାଇଥିଲା। କାର ଚାଳକ ରାତି ପ୍ରାୟ ସାଢେ ଏଗାର ଟା ସମୟରେ ନିଧିପୁର ଗଢ଼ା ନିକଟରେ ରାସ୍ତାର ଅବସ୍ଥିତ ନ ଜାଣି ପାରି ଗାଡି ଚଳାଇ ଦେବାରୁ ବନ୍ୟା ଜଳର ସ୍ରୋତରେ କାର ଟି ଭାସି ଯାଇଥିଲା। କାର ଭାସି ବା ଦେଖି ଗଢାର ଅପର ପାର୍ଶ୍ଵରେ ଥିବା କିଛି ଯୁବକ ସାହସ ସଞ୍ଜୟ କରି ବନ୍ୟା ଜଳ ମଧ୍ୟରେ ପଶି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ।

ବିଜୟ ମହାନ୍ତି ନାମକ ଜନୈକ ଯୁବକ ତୁରନ୍ତ ଆଠଗଡ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ କାରରେ ଥିବା ଯାତ୍ରୀ ମାନେ କୌଶଳ କ୍ରମେ କାରର ଡୋର ଖୋଲି କାର ଉପରେ ଚଢ଼ି ଯାଇଥିଲେ, କାରଟି ପାଣିରେ ବୁଡି ରହିଥିଲା। ଆଠଗଡର ଅଗ୍ନିଶମ ଅଧିକାରୀ ଦୁଷ୍ନନ୍ତ କୁମାର ସ୍ବାଇଁ , ଏଲ ଏଫ ଏମ ସୁଶାନ୍ତ କୁମାର ସାମଲ , ଆଗ୍ନିକ ସୁନିଲ କୁମାର ରାଉତ , ଜଗଦୀଶ ସାମଲ , ଧୀରଜ ବିଧାର , ରାଜେଶ କାଞିଆ , ଦିପେନ କୁମାର ସାହୁ  ପ୍ରାୟ ୩ ଘଣ୍ଟା ପରେ ଯାତ୍ରୀ ଙ୍କୁ ଉଦ୍ଧାର କରିଥିଲେ।ଉଦ୍ଧାର ହୋଇଥିବା ଯାତ୍ରୀ ହେଲେ ହଳଧର ଦାସ , ତାଙ୍କର ପତ୍ନୀ ମମତା ଦାସ , ପୁତ୍ର ଶିବସୁନ୍ଦର ଦାସ ଓ ଡ୍ରାଇଭର ଅମୂଲ୍ୟ ସାହୁ। ସମସ୍ତେ ସୁସ୍ଥ ଥିବା ଜଣା ପଡିଛି।

ସମ୍ବନ୍ଧିତ ଖବର