ବିଦ୍ୟୁତ ବିତରଣ କମ୍ପାନିଙ୍କ ପାଖରେ ଥିବା ବଳକା ଟଙ୍କା ଉପଭୋକ୍ତା ପାଇଛନ୍ତି

ଭୁବନେଶ୍ବର : ବିଦୁତ ବିତରଣ କମ୍ପାନିମାନଙ୍କର ପ୍ରକୃତ ବାର୍ଷିକ ଆୟ-ଖର୍ଚ୍ଚ ଆୟୋଗ ଦ୍ବାରା ଅନୁମୋଦିତ ଆୟ-ଖର୍ଚ୍ଚଠାରୁ କମ୍ ବା ଅଧିକ ହେଲେ ଆୟୋଗ ଏହାର ସମୀକ୍ଷା କରିଥାନ୍ତି। ଟ୍ରୁଇଂ ଅପ୍ ମାଧ୍ୟମରେ ପରବର୍ତୀ ବର୍ଷ ସାମଗ୍ରିକ ରାଜସ୍ବ ଆବଶ୍ୟକତା(ଏଆରଆର)ରେ ଏହାକୁ ଆଡଜଷ୍ଟ କରିଥାନ୍ତି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଟାରିଫ ନିର୍ଧାରଣ ବେଳେ ବିତରଣ କମ୍ପାନିମାନଙ୍କ ପାଖରେ ପୂର୍ବରୁ ବଳକା ଥିବା ୩୫୦ କୋଟି ଟଙ୍କା ବିଚାରକୁ ନିଆଯାଇ ଉପଭୋକ୍ତାମାନଙ୍କୁ ବିଦ୍ୟୁତ ଟାରିଫରେ ରିହାତି ଦିଆଯାଇଥିବା ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦେବ କହିଛନ୍ତି ଯେ ଆର୍ଥିକ ୨୦୨୧-୨୨ରେ ବିତରଣ କମ୍ପାନିମାନଙ୍କ ପାଖରେ ୫ଶହ କୋଟି ଟଙ୍କା ବଳକା ରହିଥିଲା। ଆୟୋଗ ରାଜସ୍ବ ଓ ପାୱାର ପରଚେଜ୍ ଜନିତ ଏକ୍ସଟ୍ରା କଷ୍ଟକୁ ବିଚାରକୁ ନେଇ ୨୦୨୩-୨୪ ଆର୍ଥିକ ବର୍ଷର ଟାରିଫ ଅର୍ଡରେ ଏହାର ଲାଭ ଉପଭୋକ୍ତାମାନଙ୍କୁ ପ୍ରଦାନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ବିଦ୍ୟୁତ ଅଧିନିୟମ, ୨୦୦୩ର ଧାରା-୬୨(୬) ଅନୁଯାୟୀ ଆୟୋଗଙ୍କ ଦ୍ବାରା ଧାର୍ଯ୍ୟ ଶୁଳ୍କଠାରୁ ବିତରଣ କମ୍ପାନିମାନେ ଅଧିକ ଶୁଳ୍କ ଆଦାୟ କରିଥିଲେ ତାହା ସଂପୃକ୍ତ ଉପଭୋକ୍ତାଙ୍କୁ ସୁଧ ସହ ଫେରାଇବାର ପାଇଁ ବ୍ୟବସ୍ଥା ରହିଛି। ତେବେ ଏ ସଂକ୍ରାନ୍ତରେ କୌଣସି ଅଭିଯୋଗ ଆୟୋଗଙ୍କ ହସ୍ତଗତ ହୋଇ ନ ଥିବା ଓଇଆରସି ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର