ଦରିଦ୍ର ଭିନ୍ନକ୍ଷମଙ୍କ ଭତ୍ତା ବୃଦ୍ଧି ସରକାରଙ୍କ ବିଚାରାଧୀନ ନାହିଁ

ଭୁବନେଶ୍ବର : ରାଜ୍ୟରେ ଭିନ୍ନକ୍ଷମମାନଙ୍କୁ ସାମାଜିକ ସୁରକ୍ଷା ଭତ୍ତା ଯୋଜନାରେ ମାସିକ ୫ଶହ, ୭ଶହ ଓ ୯ଶହ ଟଙ୍କା ହିସାବରେ ଭତ୍ତା ପ୍ରଦାନ କରାଯାଉଛି। ସାମାଜିକ ସୁରକ୍ଷା ଯୋଜନାରେ ଦରିଦ୍ର ଭିନ୍ନକ୍ଷମଙ୍କୁ ଅନ୍ୟ ରାଜ୍ୟରେ ଦିଆଯାଉଥିବା ମାସିକ ଭତ୍ତାର ତଥ୍ୟ ବିଭାଗରେ ଉପଲବ୍ଧ ନାହିଁ। ରାଜ୍ୟରେ ଭତ୍ତା ରାଶିକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ବର୍ତ୍ତମାନ ସରକାରଙ୍କ ବିଚାରାଧୀନ ନ ଥିବା ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପଣ୍ଡା ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର