ସ୍ବାମୀର ପନିକି ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟଣା:୧୭ ଘଣ୍ଟା ପରେ ଉଠିଲା ଶବ  

ଥୁଆପାଲି: ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଋଷୁଡ଼ା ଫାଣ୍ଡି ବଘିଆପାଲି ଗଁାରେ ଗୁରୁବାର ସନ୍ଧ୍ୟା ୭ଟାରେ ରମେଶ ବାଗ ନିଜ ସ୍ତ୍ରୀ ମୀନାକ୍ଷୀ ବାଗଙ୍କୁ ପନିକି ଆକ୍ରମଣ କରି ହତ୍ୟା କରିଥିଲା। ଅଭିଯୁକ୍ତ ରମେଶକୁ ପୁଲିସ୍‌ ଗତକାଲି ରାତି ୮ଟାରେ ଗିରଫ କରିଥିଲା। ହତ୍ୟାର ଶିକାର ହୋଇଥିବା ମୀନାକ୍ଷୀଙ୍କ ଶବ ଦୀର୍ଘ ୧୭ ଘଣ୍ଟା ଧରି ଘରେ ପଡି ରହିଥିଲା।

ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ପୁଲିସ୍‌ ମାଜି‌େଷ୍ଟ୍ରଟ୍‌ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଶବ ପଡି ରହିଥିବାରୁ ଗାଁରେ ଅଶାନ୍ତିର ପରିବେଶ ସୃଷ୍ଟି ହୋଇଥିଲା। ଋଷୁଡ଼ା ଫାଣ୍ଡି ପୁଲିସ୍‌ ରାତିରେ ଶବ ଜବତ କରିଥିଲେ ହେଁ  ଦୀର୍ଘ ସମୟ ପର୍ଯ୍ୟନ୍ତ ଶବ ଘରେ ପଡ଼ି ରହିବା ତାହା ଜଣାପଡି ନାହିଁ। ସେପଟେ ହତ୍ୟାକାରୀ ରମେଶର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନଥିବାରୁ ତାର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର