ପ୍ରଚଳିତ ନୀତିନିୟମ ଆଧାରରେ ନୂତନ ଜିଲ୍ଲା ଗଠନ ଦାବି ପୂରଣ କରାଯିବ

ଭୁବନେଶ୍ବର : ରାଜ୍ୟରେ ନୂତନ ରାଜସ୍ବ ଜିଲ୍ଲା ଗଠନ କରିବା ପାଇଁ ବରଗଡ଼ ଜିଲ୍ଲା ପଦ୍ମପୁର ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ସମୟରେ ଦାବିପତ୍ର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ପ୍ରାପ୍ତ ହୋଇଛି। ସମସ୍ତ ମାନଦଣ୍ଡକୁ ବିଚାରକୁ ନେଇ ତଥା ପ୍ରଚଳିତ ନୀତିନିୟମ ଆଧାରରେ ଉପଯୁକ୍ତ ସମୟରେ ନୂତନ ଜିଲ୍ଲା ଗଠନ ଉପରେ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ମଲ୍ଲିକ କହିଛନ୍ତି କର୍ମବର୍ଦ୍ଧିଷ୍ଣୁ ଲୋକସଂଖ୍ୟା ତଥା ପ୍ରଶାସନରେ ଲୋକଙ୍କ ପହଞ୍ଚକୁ ସହଜ କରିବା ପାଇଁ ରାଜସ୍ବ ଡିଭିଜନ, ସବ ଡିଭିଜନ ପୁନର୍ଗଠନ ପ୍ରସଙ୍ଗରେ ସରକାର ଉପଯୁକ୍ତ ସମୟରେ ପଦକ୍ଷେପ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର