ସ୍ତ୍ରୀର ଜୁଇକୁ ଡେଇଁ ସ୍ୱାମୀ ମୃତ

ଗୋଲାମୁଣ୍ଡା: ଅତୀତରେ ସ୍ୱାମୀ ସ୍ତ୍ରୀର ପବିତ୍ର ସମ୍ପର୍କର ଅନେକ ଉଦାହରଣ ଥିବା ବେଳେ ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସିଆଲଯୋଡି ଗ୍ରାମରେ । ଆଜି ସନ୍ଧ୍ୟା ସମୟରେ ଏହି ଗ୍ରାମର ନୀଳମଣି ଶବରଙ୍କ ସ୍ତ୍ରୀ ରଇବାରୀ ଶବର(୬୦) ହୃତଘାତରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ୪ ପୁଅ ଓ ଆତ୍ମୀୟ ସ୍ଵଜନ ଆସିବା ପରେ ତାଙ୍କର ଶବ ସତ୍କାର କରିବାକୁ ଗାଁ ମଶାଣୀକୁ ନେଇଥିଲେ ।

ଗାଁ ମଶାଣୀରେ ରଇବାରୀଙ୍କ ଜୁଇ ଜଳିବା ପରେ ଅନେକ ଲୋକେ ସ୍ନାନ କରି ଘରକୁ ଫେରିଥିଲେ । କିନ୍ତୁ ତାଙ୍କ ସ୍ବାମୀ ନୀଳମଣି ଓ ଅନ୍ୟ କିଛି ଲୋକେ ସମସ୍ତଙ୍କ ପଛରେ ସ୍ନାନ କରି ଆସୁଥିବା ବେଳେ । ନୀଳମଣି ଦୌଡ଼ି ଯାଇ ଜଳୁଥିବା ତାଙ୍କ ସ୍ତ୍ରୀଙ୍କ ଜୁଇରେ ଡେଇଁ ପଡ଼ିଥିଲେ । ପ୍ରଖର ନିଆଁ ଜଳୁ ଥିବାରୁ ତାଙ୍କୁ ବଞ୍ଚାଇବାକୁ କେହି ସାହାସ କରି ପରିନଥିଲେ । ଉକ୍ତ କଥା ପ୍ରଚାର ହେବା ପରେ ତାଙ୍କର ୪ ପୁଅଙ୍କ ସହିତ ଗ୍ରାମବାସୀ ଗାଁ ମାଶାଣୀ କୁ ଯାଇଥିଲେ । ସ୍ତ୍ରୀର ଚିତାରେ ସ୍ବାମୀ ଡେଇଁବା ଘଟଣାକୁ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନାଯୋଗ୍ୟ ଯେ ନୀଳମଣି ଚହକା ଗ୍ରାମପଞ୍ଚାୟତର ସିଆଲଯୋଡି ଗ୍ରାମର ୫ ନମ୍ବର ୱାର୍ଡ଼ର ୱାର୍ଡମେମ୍ବର ଥିବା ବେଳେ ବିଗତ ଦିନରେ ଚହକା ଗ୍ରାମପଞ୍ଚାୟତର ସମିତିସଭ୍ୟ ମଧ୍ୟ ଥିଲେ ।

ସମ୍ବନ୍ଧିତ ଖବର