ବଦଳିଲା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନାମ ଓ ‌ଲୋଗୋ, ଲୋଗୋରେ ରହିଲା କୋଣାର୍କ ଚକ୍ର, ସାପ, ବାଡ଼ି

କଟକ: ବଦଳିଲା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନାମ ଓ ‌ଲୋଗୋ। ‘ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ’ ଭାବରେ ନାମିତ ହେଲା ଆଚାର୍ଯ୍ୟ ହରିହର କର୍କଟ ରୋଗ ଆଂଚଳିକ ‌ଗବେଷଣା କେନ୍ଦ୍ର। ପୂର୍ବରୁ ଏହି ଅନୁଷ୍ଠାନର ଲୋଗୋରେ କଙ୍କଡା ଭିତରେ ଛୁରୀ ଚିହ୍ନ ଥିଲା। କିନ୍ତୁ ଏବେ ଲୋଗୋରେ ଅର୍ଦ୍ଧ କୋଣାର୍କଚକ୍ର, ସାପ ଓ ବାଡ଼ି, ରିବନ୍‌, ହାତକୁ ହାତ ମିଳାଇବା, ଲ୍ୟାପ୍‌ର ସଙ୍କେତ ରଖାଯାଇଛି। ଅନୁଷ୍ଠାନର ନାମକୁ ସଂପୂର୍ଣ୍ଣ ଓଡ଼ିଆରେ ଲେଖା ଯାଇଛି। ଆଜି ଭୁବନେଶ୍ବରଠାରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଏହା ଉନ୍ମୋଚିତ ହୋଇଛି। ଓଡିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟକୁ ସ୍ଥାନିତ କରାଯାଇଛି ଲୋଗୋରେ। ଉନ୍ମୋଚନ କାର୍ଯ୍ୟକ୍ରମରେ କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ‌ଷଡଙ୍ଗୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର