ରିଲିଜ୍ ହେଲା ଦେଶାତ୍ମବୋଧ ଗୀତ ‘ଆମେ ସବୁ ଭାଇ-ଭାଇ’

ଜୟପୁର : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆନ୍ତର୍ଜାତିକ ସ୍ତରରେ ବିଶ୍ୱ ଭାତୃଭାବ ଓ ସଂହତିର ସୁପ୍ରତିଷ୍ଠା ନିମନ୍ତେ, ଟ୍ରଷ୍ଟ, ସମବେଦନା, ମୁଡ୍ ସ୍ୱିଙ୍ଗ ଓଡ଼ିଶା ଓ ଇଫୁନା ସଂସ୍ଥାର ମିଳିତ ସହଯୋଗରେ ଦେଶାତ୍ମବୋଧ ଗୀତ ‘ଆମେ ସବୁ ଭାଇ-ଭାଇ’ ରିଲିଜ୍ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପୃଷ୍ଠପୋଷକତାରେ ତଥା ଭିଡିଓ ବାର୍ତ୍ତା ସହିତ ମୁଡ୍ ସ୍ୱିଙ୍ଗ ଓଡ଼ିଶା-ୟୁଟ୍ୟୁବ୍ ଚ୍ୟାନେଲରେ ଏହା ମୁକ୍ତିଲାଭ ହୋଇଛି।

ଗୀତଟିକୁ ରଚନା କରିଛନ୍ତି ଓଡ଼ିଶାର ପ୍ରଖ୍ୟାତ ଗୀତିକାର ଲଳିତ ନାରାୟଣ ରଥ। ସଂଗୀତ ନିର୍ଦେଶନା ଦେଇଛନ୍ତି ଜୟପୁରର ଯୁବ ସଙ୍ଗୀତ ନିର୍ଦେଶକ ନିହାର ଆଚାର୍ଯ୍ୟ। ଆଉ ଏଥିରେ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ଅନୁରାଧା ପାଣିଗ୍ରାହୀ ଓ ନିହାର ଆଚାର୍ଯ୍ୟ। ବାଦ୍ୟଯନ୍ତ୍ରରେ ସହାୟତା କରିଛନ୍ତି ଚନ୍ଦ୍ରଶେଖର। କଟକର ପ୍ରତିଭା ଷ୍ଟୁଡିଓଠାରେ ଗୀତକୁ ରେକର୍ଡିଂ କରାଯାଇଥିଲା। ଏହି ଗୀତ ଆଶାତୀତ ସଫଳତା ପାଇବା ସହ ରେକର୍ଡ ସୃଷ୍ଟି କରିବ ବୋଲି କହିଛନ୍ତି ସଂଗୀତକାର ଧିରେନ୍ ମୋହନ ପଟ୍ଟନାୟକ।

ସମ୍ବନ୍ଧିତ ଖବର