ଜୁନିଦା ଝାମୁଯାତ୍ରାରେ ନିଆଁରେ ନାଚିଲେ ପୂଜକ

ଦଶରଥପୁର :ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତର ଜୁନିଦା ଗ୍ରାମରେ ଥିବା ମା’ ଶାରଳା ପୀଠରେ ପ୍ରସିଦ୍ଧ ଝାମୁଯାତ୍ର ଅନୁଷ୍ଠିତ ହୋଇଯାଇଛି। ୩୫ ବର୍ଷରୁ ଊର୍ଦ୍ଧ୍ବ ହେବ ଆୟୋଜିତ ହୋଇଆସୁଥିବା ଏହି ଯାତ୍ରାରେ ଗ୍ରାମର ଶାରଳା ପୂଜକ ଶାରଦା ଦାସ ମା’ଙ୍କ ବିଗ୍ରହକୁ ମୁଣ୍ଡାଇ ନିଆଁରେ ନୃତ୍ୟ ପ୍ରଦର୍ଶନ କରିଥିଲେ। ଏହି ଦୃଶ୍ୟ ଦେଖିବା ପାଇଁ  ବିଭିନ୍ନ ଅଞ୍ଚଳର ହଜାରହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଗତ ୧୩ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦିଆଯାଇଛି।

ମା’ ଶାରଳାଙ୍କ ନିଶିଘଣ୍ଟ, ଝାମୁଯାତ୍ରା, ଚଣ୍ଡୀ ଯଜ୍ଞ, ନାମ ସଂକୀର୍ତ୍ତନ, ପ୍ରବଚନ, ଭଜନ ସଂଧ୍ୟା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଭଜନସଂଧ୍ୟା, ଓଡ଼ିଶୀ ନୃତ୍ୟ କୀର୍ତ୍ତନ ଓ ଚଣ୍ଡୀଯଜ୍ଞ ଆଦି କାର୍ଯ୍ୟ କରାଯାଇଥାଏ। ଏହି ଯାତ୍ରାକୁ ରାଜ୍ୟର ରାଉରକେଲା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର ଆଦି  ବିଭିନ୍ନ ଆଡୁ ଶାରଳା ଭକ୍ତମାନେ ଆସି ଜୁନିଦା ଗ୍ରାମରେ ଏହି କାର୍ଯ୍ୟକ୍ରମକୁ ଦେଖିଛନ୍ତି।

ମୁଖ୍ୟ ପୁରୋଧା ଶାରଦା ଦାଶଙ୍କ ନିଆଁରେ ନୃତ୍ୟ କରିଥାନ୍ତି। ପଣ୍ଡିତ ଶମ୍ଭୁନାଥ ମିଶ୍ର, ପଣ୍ଡିତ ସରୋଜ କୁମାର ପତି, ହେମନ୍ତ ସାହୁ,  ବାସୁଦେବ ଦାସ, ନୃସିଂହ ମାଝି, ରଂଜନ ମାଝି, ରମାକାନ୍ତ ସାହୁ, ହୃଦାନନ୍ଦ ସାହୁ, କୁଶ ମଲ୍ଲିକ, ରଂଜନ କୁଅଁର, ମିହିର କୁମାର ସାହୁ,  ଟୁକୁନା ସାହୁ, ଅନନ୍ତ ବାସୁଦେବ ଦାଶ, ନିମାଇଁ ସାହୁ, ଦିଲୀପ କୁମାର ସାହୁ, ସତ୍ୟବ୍ରତ ସାହୁ, ମିହିର ସାହୁ, ପାୟା ସାହୁ, ବାପି ସାହୁ , ଲୋକନାଥ ସାହୁ, ଗଣେଶ ସାହୁ ଝାମୁଯାତ୍ର ପରିଚାଳନା କରିଥିଲେ। ଗ୍ରାମର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜଗନ୍ନାଥ ଯୁବ ପରିଷଦ ଭକ୍ତମାନଙ୍କ ପାଇଁ ଜଳଛତ୍ର ଖୋଲିବା ସହ ଭିଡ଼ ନିୟନ୍ତ୍ରଣରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର