ରାଜଧାନୀରେ କାଳବୈଶାଖୀ ବର୍ଷା ଓ ପବନ, ପରଜଙ୍ଗରେ ବଜ୍ରପାତରେ ଜଣେ ମୃତ

ଭୁବନେଶ୍ୱର: ଆଜି ଦିନ ସାଢ଼େ ୧୧ଟା ପର ଠାରୁ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ଲାଗି ରହିଛି। ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହେବା ଫଳରେ ରାସ୍ତା ପାଣିରେ ବୁଡ଼ି ରହିଛି। ସେହିପରି ଆହୁରି ୨/୩ ଘଣ୍ଟା ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କେତେକ ଜିଲ୍ଲାକୁ ସତର୍କ କରି ଦିଆଯାଇଛି। ସେହିପରି ଢେଙ୍କାନାଳ ଜିଲ୍ଲାରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।


ଆଜି ସକାଳେ ସାଢ଼େ ୧୧ଟାରୁ ଦିନ ସାଢ଼େ ୧ଟା ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହୋଇଛିି। ଫଳରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ଯାଇଛି। ବର୍ଷା ଯୋଗୁଁ ରାଜରାସ୍ତାରେ ପାଣି ଜମି ରହିଛି। ସେହିପରି ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପଳାସ ଗାଁରେ ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ କନ୍ତୁର ଚାନ୍ଦପୁର ଗାଁର ନରେଶ ଦେହୁରୀ ଓ ଆହତ ହେଉଛନ୍ତି ଆମ୍ବପଳାସ ଗାଁର ଅମ୍ରିତ ମହାପାତ୍ର। ଉଭୟ ଗାଁ ନିକଟସ୍ଥ ପୋଖରିକୁ ଗାଧୋଇବାକୁ ଯାଇଥିବା ବେଳେ ବଜ୍ରାଘାତ ହୋଇଥିଲା।

ସମ୍ବନ୍ଧିତ ଖବର