ଫୁଲବାଣୀ: ଯୁବତୀଙ୍କୁ ଅପହଣର କରି ଗଣ ଦୁଷ୍କର୍ମ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରୁ ଜଣେ ୧୮ ବର୍ଷୀୟ ଯୁବତୀଙ୍କୁ ଅପହରଣ କରି ନେଇ ଖଜୁରିପଡ଼ା ଥାନା ଅନ୍ତର୍ଗତ ଗୁଡ଼ାରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପଛ ପଟେ ୪ ଜଣ ଗଣ ଦୁଷ୍କର୍ମ କରିଛନ୍ତି। ଦୁଷ୍କର୍ମକାରୀଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଅଛନ୍ତି। ଏହି ଘଟଣାରେ ଯୁବତୀଙ୍କ ଅଭିଯୋଗ କ୍ରମେ ପୁଲିସ ସମ୍ପୃକ୍ତ ସମସ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଫୁଲବାଣୀ ଗୋଛିପଡ଼ା ଥାନା ଅଞ୍ଚଳର ଜଣେ ଯୁବତୀ ଫୁଲବାଣୀକୁ ନାରାୟଣୀ ଯାତ୍ରା ଦେଖିବାକୁ ଆସିଥିବା ବେଳେ ଗତ ୧୨ ତାରିଖ ସନ୍ଧ୍ୟାରେ ତାଙ୍କୁ ବିଭିନ୍ନ ଧମକ ଚମକ ଦେଖାଇ ୪ ଜଣ ଯୁବକ ମୋଟରସାଇକେଲରେ ଗୁଡ଼ାରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପଛପଟକୁ ଅପହରଣ ନେଇ ଯାଇଥିଲେ। ସେଠାରେ ଯୁବତୀଙ୍କୁ ମାରଣାସ୍ତ୍ର ଦେଖାଇ ଜଣକ ପରେ ଜଣେ ଅଭିଯୁକ୍ତ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ କରିବା ପରେ ସେମାନେ ଯୁବତୀଙ୍କୁ ସେହି ସ୍ଥାନରେ ଛାଡ଼ି ଚାଲି ଯାଇଥିଲେ। ପରେ କୌଣସି ମତେ ଯୁବତୀ ଜଣକ ଘରେ ପହଞ୍ଚି ଏ ସମ୍ପର୍କରେ ଜଣାଇଥିଲେ। ପରିବାର ଲୋକଙ୍କ ସହିତ ଆସି ଯୁବତୀଜଣକ ଖଜୁରିପଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଶ୍ରୀକାନ୍ତ ବେହେରା(୩୦ ବର୍ଷ),ବାଦଲ ଦିଗାଲ(୨୧ ବର୍ଷ) ,ଜିତୁ ଦିଗାଲ(୧୮ ବର୍ଷ) ଅନ୍ୟ ଜଣେ ୧୬ ବର୍ଷର ନାବାଳକଙ୍କୁୁ ଏହି ଗଣ ଦୁଷ୍କର୍ମ ମାମଲାରେ ଗିରଫ କରିଛି।

ସମ୍ବନ୍ଧିତ ଖବର