‘ଅମ୍ଫାନ୍‌’ ‌ପାଇଁ ୩୦ ବାତ୍ୟା ଆଶ୍ରୟସ୍ଥଳରୁ ହଟିବ ଟିଏମ୍‌ସି

୨୮୦ ପ୍ରବାସୀଙ୍କ ସ୍ବାବ୍‌ ସ˚ଗ୍ରହ, ନେଗେଟିଭ୍‌ ଆସିଲେ ଘରେ ସ˚ଗରୋଧରେ ରହିବେ

କେନ୍ଦ୍ରାପଡ଼ା : ସମ୍ଭାବ୍ୟ ବାତ୍ୟା ‘ଅମ୍ପାନ୍‌’କୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବାତ୍ୟା ମୁକାବିଲା ସ˚ପର୍କରେ ବିସ୍ତୃତ ଆଲୋଚନା ହେବା ସହ ଜିଲ୍ଳାରେ ଥିବା ୧୧୭ଟି ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିମଧ୍ୟରୁ କରୋନା ପାଇଁ ୩୦ଟି ବାତ୍ୟା ଆଶ୍ରୟସ୍ଥଳରେ କରାଯାଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର(ଟିଏମ୍‌ସି)ରେ ରହୁଥିବା ପ୍ରବାସୀଙ୍କୁ ସ୍ଥାନାନ୍ତର କରାଯିବାକୁ ଯୋଜନା ହୋଇଛି। ଜିଲ୍ଲା ସ୍ବାସ୍ଥ୍ୟବିଭାଗର ୮ଟି ଟିମ୍‌ ବାତ୍ୟା ଆଶ୍ରୟସ୍ଥଳରେ ରହୁଥିବା ୨୮୦ ପ୍ରବାସୀଙ୍କ ସ୍ବାବ୍‌ ସ˚ଗ୍ରହ କରିଛନ୍ତି। ରିପୋର୍ଟ ନେଗେଟିଭ୍‌ ଆସିଲେ ସେମାନଙ୍କୁ ଘରେ ସ˚ଗରୋଧରେ ରଖାଯିବ ବୋଲି ସୂଚନା ମିଳିଛି।

ସମ୍ଭାବ୍ୟ ବାତ୍ୟା ‘ଅମ୍ପାନ୍‌’କୁ ନେଇ ଜିଲ୍ଲାବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିସାରିଛି। ପ୍ରଶାସନ ଏ ନେଇ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିଶେଷକରି ସମୁଦ୍ର ଉପକୂଳବର୍ତ୍ତୀ ବ୍ଲକ୍‌ ରାଜନଗର ଓ ମହାକାଳପଡ଼ା ବ୍ଲକ୍‌କୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ବ୍ଲକର ମତ୍ସ୍ୟଜୀବୀମାନେ ୧୮ରୁ ୨୨ ତାରିଖ ଯାଏ ସମୁଦ୍ରକୁ ନ ଯିବାକୁ ଜିଲ୍ଲା ମତ୍ସ୍ୟ ବିଭାଗ ଚେତାଇ ଦେଇଛି। ଆବଶ୍ୟକ ପଡ଼ିଲେ କଚ୍ଚାଘରେ ରହୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ବିଡିଓ ଓ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକୁ ଆଗୁଆ ପ୍ରସ୍ତୁତ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ, ଜିଲ୍ଲାର ମୋଟ୍‌ ୧୧୭ଟି ଗତକାଲି ୨୮୦ ଜଣ ପ୍ରବାସୀଙ୍କ ସ୍ବାବ୍‌ ସ˚ଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଛି। ସେମାନଙ୍କ ମଧୢରୁ ଯାହାର ରିପୋର୍ଟ ନେଗେଟିଭ୍‌ ଆସିବ, ସେମାନଙ୍କୁ ଘରେ ସ˚ଗରୋଧରେ ରଖାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି, ‘ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜନଗର ଓ ମହାକାଳପଡ଼ା ବ୍ଲକ୍‌ର ସମୁଦ୍ର କୂଳବର୍ତ୍ତୀ ଅ˚ଚଳର ୭୦ରୁ ୮୦ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ଆଶ୍ରୟସ୍ଥଳରେ ରଖାଯିବ। ସେହପରି ଯୋଗାଣ ଅଧିକାରୀଙ୍କୁ ଶୁଖିଲା ଖାଦ୍ୟ ମହଜୁଦ୍‌ ରଖିବା ପାଇଁ କୁହାଯାଇଛି। ସେସୁ, ଅଗ୍ନିଶମ ବିଭାଗ ସମେତ ସବୁ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର