ତାପମାତ୍ରା: ୧୦ ସହରର ପାରା ୪୦ ଟପିଲା, ୪୪ ଡିଗ୍ରି ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟର ୧୦ଟି ସହରର ତାପମାତ୍ରା ଗୁରୁବାର ୪୦ ଡିଗ୍ରି ଉପରେ ରହିଛି। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଟିଟିଲାଗଡ଼ରେ ଆଜି ସର୍ବାଧିକ ତାପମାତ୍ରା ୪୪ ଡିଗ୍ରି ରେକର୍ଡ କରାଯାଇଛି। ବଲାଙ୍ଗୀରରେ ପାରା ୪୨.୫ ଡିଗ୍ରି ପହଂଚିଥିବା ବେଳେ ଝାରସୁଗୁଡା ୪୨.୨ ଡିଗ୍ରିରେ ସିଝିଛି। ଭାବାନୀପାଟଣାରେ ୪୨.୦ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ଅନୁଗୁଳ ଓ ତାଳଚେରର ତାପମାତ୍ରା ୪୧.୭ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁର ୪୧.୩ ଓ ହୀରାକୁଦର ତାପମାତ୍ରା୪୧.୧ ଡିଗ୍ରି ପାରା ଛୁଇଁଛି। ସୁନ୍ଦରଗଡ଼ ସୋନପୁରର ତାପମାତ୍ରା ୪୧.୦ ଡିଗ୍ରି ରେକର୍ଡ କରାଯାଇଛି।

ଆଭ୍ୟନ୍ତରୀଣ ଓଡ଼ିଶା ତୁଳନାରେ ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ମାତ୍ର ପଶ୍ଚିମ ଓଡ଼ିଶାର ତାପମାତ୍ରା ଅସହ୍ୟ ହୋଇପଡ଼ିଛି। ପୂର୍ବାହ୍ଣ ୧୦ଟା ବେଳେ ରାସ୍ତାଘାଟ ଶୂନ୍‌ଶାନ ହୋଇଯାଉଛି। ଘରୁ ପଦାକୁ ବାହାରିବା ସହଜ ହେଉନାହିଁ। ଜରୁରୀ କାମ ନଥିଲେ ଲୋକେ ବାହାରକୁ ଯାଉ ନାହାନ୍ତି।

ସମ୍ବନ୍ଧିତ ଖବର