ତେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ନିରଞ୍ଜନ ପଟ୍ଟନାୟକ

ସ୍କୁଲ ଓ କଲେଜ ବସ୍‌, ପରୀକ୍ଷାର୍ଥୀ, ଆମ୍ବୁଲାନ୍‌ସ, ମେଡିସିନ୍‌ ଷ୍ଟୋର, କ୍ଷୀର ଗାଡ଼ିକୁ ବାଦ ଦିଆଯିବ

ଭୁବନେଶ୍ୱରା: ଆସନ୍ତା ସୋମବାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଭାରତ ବନ୍ଦ୍‌ ଡାକରା ଦେଇଛି । ଏଥିପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ବନ୍ଦ୍‌ ସଫଳ କରିବା ପାଇଁ ରବିବାର କଂଗ୍ରେସ ପକ୍ଷରୁ ଜନସଚେତନତା ଗାଡି ବାହାରିଛି।

ତେବେ କଂଗ୍ରେସ ଭବନରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ପ୍ରଚାର ଗାଡିର ଶୁଭାରମ୍ଭ କରିଛନ୍ତି। ତେଲ ଦର ବୃଦ୍ଧି ପ୍ରତିବାଦରେ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଦାୟୀ କରିଛନ୍ତି ନିରଞ୍ଜନ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ଜନତାଙ୍କୁ ଲୁଟୁଛନ୍ତି। କେବଳ ଏତିକି ନୁହେଁ ତେଲ ଦର କିଭଳି ପାକିସ୍ତାନ ଓ ଶ୍ରୀଲଙ୍କଠାରୁ ଅଧିକ ହୋଇଛି ତାକୁ ନେଇ ବିଜେପି ସରକାରକୁ ଟାର୍ଗେଟ କରିଛି କଂଗ୍ରେସ। ତେବେ ଏହି ତେଲ ଦର ବୃଦ୍ଧିକୁ ନେଇ ମୋଦି ସରକାରଙ୍କୁ କଂଗ୍ରେସ ପ୍ରଶ୍ନ କରିବା ସହିତ କେଉଁଠି ବିକାଶ ହୋଇଛି ତାର ଜବାବ ବି ମାଗିଛି । ସେପଟେ ସ୍କୁଲ ଓ କଲେଜ ବସ୍‌, ପରୀକ୍ଷାର୍ଥୀ, ଆମ୍ବୁଲାନ୍‌ସ, ମେଡିସିନ୍‌ ଷ୍ଟୋର, କ୍ଷୀର ଗାଡ଼ିକୁ ବନ୍ଦରୁ ବାଦ ଦିଆଯିବ ବୋଲି କହିଛନ୍ତି ପିସିସି ସଭାପତି ।

ସମ୍ବନ୍ଧିତ ଖବର