ଭୁବନେଶ୍ବରରୁ କ୍ରିଷ୍ଣାରାଜପୁରମ୍‌ ଓ ମୁମ୍ବାଇ ଏଲଟିଟିକୁ ଟ୍ରେନ୍‌

ଭୁବନେଶ୍ବର : ଯାତ୍ରୀଙ୍କୁ ସୁବିଧା ଯୋଗାଇବା ଏବଂ ବେଙ୍ଗାଲୁରୁ ଓ ମୁମ୍ବାଇକୁ ଯାତ୍ରା କରୁଥିବା ଅନ୍ୟ ଟ୍ରେନଗୁଡ଼ିକରେ ଲାଗି ରହିଥିବା ଭିଡ଼ ଏଡ଼ାଇବା ଲାଗି ଭୁବନେଶ୍ବରରୁ କୃଷ୍ଣରାଜପୁରମ୍(ବେଙ୍ଗାଲୁରୁ) ଓ ମୁମ୍ବାଇ ଏଲଟିଟିକୁ ବିଶେଷ ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ହୋଇଛି। ଭୁବନେଶ୍ବର-କୃଷ୍ଣରାଜପୁରମ୍-ଭୁବନେଶ୍ବର ସ୍ପେସାଲ୍(୦୮୪୧୫/୦୮୪୧୬) ଜୁନ୍‌ ୩୦(ବୁଧବାର) ଭୁବନେଶ୍ବରରୁ ଅପରାହ୍‌ଣ ୧୨ଟା ୧୦ରେ ଛାଡ଼ି ଜୁଲାଇ ୧(ଗୁରୁବାର) କୃଷ୍ଣରାଜପୁରମ୍‌ରେ ପହଞ୍ଚିବ। ଫେରିବା ବେଳେ ଏହି ଟ୍ରେନ୍ ଜୁଲାଇ ପହିଲା(ଗୁରୁବାର)ରୁ କୃଷ୍ଣରାଜପୁରମ୍‌ରୁ ଅପରାହ୍‌ଣ ୪ଟା ୫୫ରେ ଛାଡ଼ି ଜୁଲାଇ ୨(ଶୁକ୍ରବାର) ଭୁବନେଶ୍ବରରେ ପହଞ୍ଚିବ।

ସେହିପରି ଭୁବନେଶ୍ବର-ମୁମ୍ବାଇ ଏଲଟିଟି- ଭୁବନେଶ୍ବର ସ୍ପେସାଲ୍(୦୮୫୭୫/-୮୫୭୬) ଜୁନ୍ ୩୦(ବୁଧବାର) ଭୁବନେଶ୍ବରରୁ ଅପରାହ୍‌ଣ ୪ଟାରେ ଛାଡ଼ି ଜୁଲାଇ ୨(ଶୁକ୍ରବାର) ଏଲଟିଟିରେ ପହଞ୍ଚିବ। ଫେରିବା ବେଳେ ଏହି ଟ୍ରେନ୍ ଏଲଟିଟିରୁ ଜୁଲାଇ ୨(ଶୁକ୍ରବାର) ଭୋର୍‌ ୬ଟା ୫୫ରେ ଛାଡ଼ି ଜୁଲାଇ ୩(ଶନିବାର) ଭୁବନେଶ୍ବରରେ ପହଞ୍ଚିବ।

ସମ୍ବନ୍ଧିତ ଖବର