୬୩୦ ପୁଲିଂ ଅଧିକାରୀଙ୍କୁ ପ୍ରଶିକ୍ଷଣ

ରାଉରକେଲା: ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୁଲିଂ ଓ ପ୍ରିଜାଇଡିଂ ଅଧିକାରୀମାନଙ୍କର ଦ୍ବିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ରାଜ୍ୟରେ ହେବାକୁ ଥିବା ବିଧାନ ସଭା ଓ ଲୋକସଭା ନିର୍ବାଚନରେ ମତଦାନ ପ୍ରକିୟା ସରଳ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଏଥିପାଇଁ  ନିଯୁକ୍ତ ପୁଲିଂ  ଅଧିକାରୀମାନଙ୍କ ପ୍ରଶିକ୍ଷଣ ଦିଆଯାଉଛି। ରାଉରକେଲାର ମ୍ୟୁନିସିପାଲ କଲେଜରେ ୬୩୦ ଜଣ ପୁଲିଂ ଓ ପ୍ରିଜାଇଡିଂ ଅଧିକାରୀଙ୍କୁ  ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।

ରାଉରକେଲା, ବିରମିତ୍ରପୁର ଓ ରଘୁନାଥପଲ୍ଳୀ ନିର୍ବାଚନ ମଣ୍ଡଳୀ ର ପୋଲିଂ ଅଧିକାରୀ ମାନଙ୍କୁ ମାଷ୍ଟର ଟ୍ରେନରମାନେ ଇଭିଏମ ଭିଭିପାଟ ବ୍ୟବହାର, ନିର୍ବାଚନ ସମୟରେ ପୋଲିଂ ଅଫିସର ମାନଙ୍କ ପ୍ରମୁଖ କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି ଓ ପାନପୋଷ ଉପ ଜିଲ୍ଲାପାଳ ବିଜୟ ନାୟକ ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନ କରି ପ୍ରଶିକ୍ଷଣ କାର୍ଯ୍ୟ ନୀରିକ୍ଷଣ କରିଥିଲେ।

ସମ୍ବନ୍ଧିତ ଖବର