ତେଲେଙ୍ଗାନା ଇଟାଭାଟିରେ ନିର୍ଯାତନା ସୀମା ଟପିଲା, ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ

ବଲାଙ୍ଗୀର/ପାଟଣାଗଡ଼ : ପୁଣି ଦାଦନ ନିର୍ଯାତନା। ଏଥର ନିର୍ଯାତନାର ସବୁ ସୀମା ଟପିଯାଇଛି। ଇଟାଭାଟିରେ କାମ କରୁଥିବା ଜଣେ ଆଦିବାସୀ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ମାଓପ୍ରବଣ ଖପ୍ରାଖୋଲ ବ୍ଲକ ଖୁରିପାଣି ଗାଁର ୨୨ ବର୍ଷୀୟା ଯୁବତୀଙ୍କୁ ଇଟାଭାଟିରେ ଅକଥନୀୟ ନିର୍ଯାତନା ଦିଆଯିବା ସହ ଗଣଦୁଷ୍କର୍ମ କରାଯାଇଥିବା ସୂଚନା ମିଳିଛି। ରାଜ୍ୟ ସରକାର ଏହି ମାମଲାକୁ ଗୁରୁତ୍ବର ସହ ନେଇ ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀଙ୍କୁ ଉଦ୍ଧାର କରିବାକୁ ଏକ ଟିମ ଗଠନ କରିଥିବା ଜଣାପଡ଼ିଛି।

ଡିଭିଜନାଲ ଲେବର କମିସନରଙ୍କ ନିର୍ଦେଶକ୍ରମେ ଜଣେ ପୁଲିସ ଇନ୍‌ସ୍‌ପେକ୍ଟର ଓ ରୁରାଲ ଲେବର ଇନ୍‌ସ୍‌ପେକ୍ଟରଙ୍କୁ ତେଲେଙ୍ଗାନା ଯାଇ ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଛି। ଉକ୍ତ ଇଟାଭାଟିକୁ ସେଠାକାର ପ୍ରାଶାସନିକ ଅଧିକାରୀଙ୍କ ସହ ଯାଇ ଯୁବତୀଙ୍କୁ ଉଦ୍ଧାର କରି ତାଙ୍କ ଗାଁକୁ ଫେରାଇ ଆଣିବାର ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଛନ୍ତି ଡିଭିଜନାଲ ଲେବର କମିସନର। ଘଟଣାଟି ତେଲେଙ୍ଗାନାର ପେଡ଼ାପାଲି ଜିଲ୍ଲା ଗୌରେଦିପେଟାର ଏକ ଇଟାଭାଟିରେ ଘଟିଥିବା ଜଣାଯାଇଛି। ବର୍ତ୍ତମାନ ସେଠାରୁ ଏହି ଘଟଣାର ଖବର ଆସିବା ପରେ ଜିଲ୍ଲା ପୁଲିସ ପ୍ରଶାସନ ଓ ଶ୍ରମ ବିଭାଗ ଗୁରୁତ୍ବର ସହ ଘଟଣାକୁ ନେଇ ଏକ ଟିମ ସେଠାକୁ ଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର