ବରଯାତ୍ରୀଙ୍କ ଶୋଭାଯାତ୍ରାରେ ମାଡ଼ିଗଲା ଟ୍ରକ୍‌; ୨ ମୃତ, ୪ ଗୁରୁତର

ମାଲକାନଗିରି: ବରଯାତ୍ରୀ ମାନେ ଶୋଭାଯାତ୍ରାରେ ବ୍ୟସ୍ତ ଥିବା ବେଳେ ତାଙ୍କର ଉପରକୁ ଚାଉଳ ବୋଝେଇ ଟ୍ରକ୍‌ ମାଡ଼ିଯାଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛିି। ଗୁରୁତରମାନଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମାଲକାନଗିରି ଜିଲ୍ଲାରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଅଘଟଣ ଘଟିଛି ।

ସୂଚନା ଅନୁସାରେ ଆଜି ଅପରାହ୍ନରେ ବରଯାତ୍ରୀ ମାନେ ପାଣ୍ଡ୍ରିପାଣି ମୁଖ୍ୟ ରାସ୍ତାରେ ଯାଉଥିଲେ। ଏହି ସସମୟରେ ଏକ ଚାଉଳ ବୋଝେଇ ଟ୍ରକ୍‌ ବିବାହ ବରଯାତ୍ରୀ ଶୋଭାଯାତ୍ରା  ନିକଟକୁ ପହଞ୍ଚି ଥିଲା। ଟ୍ରକ୍‌ ଚାଳକ ଧୈର୍ଯ୍ୟ ଧରି ପାରି ନଥିଲେ। ସେ ଆଗକୁ ବଢ଼ିବା ପାଇଁ ବ୍ୟସ୍ତ ହୋଇପଡ଼ିଥିଲେ। ଟ୍ରକ୍‌ ନେଇ ସିଧାସଳଖ ଶୋଭାଯାତ୍ରା ଉପରକୁ ମାଡ଼ି ଯାଇଥିଲେ। ତେବେ ଏହି ସମୟରେ ଟ୍ରକ୍‌ ଚକା ତଳେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇଥିଲେ। ଗୁରୁତର ମାନଙ୍କୁ ସ୍ଥାନୀୟ ଲୋକେ ପାଣ୍ଡ୍ରିପାଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ତେବେ ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଲୋକେ ଟ୍ରକ୍‌ ଚାଳକକୁୁ ଗିରଫ ଓ କ୍ଷତିପୂରଣ ଦାବିରେ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ସୂଚନା ପାଇଁ ‌ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଲୋକମାନଙ୍କୁ ବୁଝାସୁଝା କରୁଛି।

ସମ୍ବନ୍ଧିତ ଖବର