ବିନିକା : ଦୁଗ୍ଧଗାଡ଼ି ଧକ୍କାରେ ୨ ମୃତ
ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବିଶାଲପାଲି ଛକ ନିକଟରେ ଏକ ଦୁଗ୍ଧଗାଡ଼ି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ଅପରାହ୍ଣରେ ରାମ ନିବାସ ବାଗ (୩୫) ଓ ଜାରା ବାରିକ (୫୦) ଏକ ବାଇକ୍ରେ ବିନିକାରୁ ନିଜ ଗାଁ ବଳାରଙ୍ଗାକୁ ଫେରୁଥିଲେ। ବିଶାଳପାଲି ଛକରେ ଗୋଡ଼ଭଗା ପଟରୁ ଆସୁଥିବା ଏକ ଦୁଗ୍ଧ ଗାଡ଼ି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ରାମ ଓ ଜାରା ଛିଟିକି ପଡ଼ିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାମନିବାସଙ୍କ ମୃତ୍ୟୁ ଘଟିଥିଲା। ଜାରାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଭିମ୍ସାର୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ପକ୍ଷରେ ଦୁଗ୍ଧଗାଡ଼ି (ଓଡି ୦୨ ଏସ୍ ୬୧୩୭)କୁ ଛାଡ଼ି ଡ୍ରାଇଭର ଫେରାର୍ ହୋଇଯାଇଛି।