ଛିଣ୍ଡିଲା ତାର, ଜଳିଗଲା ୨ ମିନିଟ୍ରକ୍‌

ବରଗଡ଼ : ଭଟଲି ଛକ ପାଖରେ ସୋମବାର ଅପରାହ୍ନରେ ଅଘଟଣ ଘଟିଛି। ବିଦ୍ୟୁତ ତାର ଛିଣ୍ଡି ପଡ଼ିବାରୁ ରାସ୍ତା କଡ଼ରେ ଥିବା ୨ଟି ମିନିଟ୍ରକ୍‌ରେ ନିଆଁ ଲାଗିଥିଲା। ଓଡି ୦୨-ଏସ୍‌ ୧୪୪୬ ଏବଂ ଓଡି ୧୭ଏଫ୍‌ ୧୪୪୬ ନମ୍ବର ବିଶିଷ୍ଟ ଦୁଇଟି ଆଇଚର୍‌ ଗାଡ଼ି ସଂପୂର୍ଣ୍ଣ ଜଳି ଯାଇଥିଲା। ତେବେ ‌େସୗଭାଗ୍ୟବଶତଃ ଏଥିରେ ଡ୍ରାଇଭର୍‌ କିମ୍ବା ଅନ୍ୟ କର୍ମଚାରୀ ନଥିଲେ। ଘଟଣାସ୍ଥଳକୁ ଅଗ୍ନିଶମ କର୍ମଚାରୀ ପହଂଚି ନିଆଁ ଆୟତ୍ତ କରିଥିଲେ। କିନ୍ତୁ ଏତିକି ବେଳକୁ ଉଭୟ ଗାଡ଼ି ଜଳି ସାରିଥିଲା।

ସମ୍ବନ୍ଧିତ ଖବର