ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ୨ ଅଭିଯୁକ୍ତ ଜେଲ ଗଲେ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ପୁଲିସ ଧନସରା ଗ୍ରାମର ଜିତେନ୍ଦ୍ର ଶବର (୨୩) ଓ ଶଙ୍କର ରାଉତ (୨୩)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ, ନୂଆବର୍ଷ ଦିନ ପୀଡ଼ିତା ଯୁବତୀ, ବଡ଼ ଭଉଣୀ ଓ ତାଙ୍କ ଚାକର ସହ ଗାଁ ନିକଟରେ ଥିବା ଡଙ୍ଗରୀ ପାଖକୁ ପିକନିକ୍ କରିବା ପାଇଁ ଯାଇଥିଲେ। ସେଠାରେ ପୀଡ଼ିତା ବୁଲାବୁଲି କରି ଫଟୋ ଉଠାଉଥିବା ବେଳେ ଦୁଇ ଜଣ ଯୁବକ ଜିତେନ୍ଦ୍ର ଓ ଶଙ୍କର ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ପୀଡ଼ିତା ତାଙ୍କ ପରିବାର ଲୋକଙ୍କୁ କଲ୍‌ କରିବାରୁ ଅଭିଯୁକ୍ତ ଦ୍ବୟ ଫେରାର୍‌ ହୋଇଯାଇଥିଲେ। ଏ ନେଇ ପୀଡ଼ିତାଙ୍କ ପରିବାର ୧ ତାରିଖ ରାତିରେ ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଗୁରୁବାର ଏହି ଘଟଣାର ଦୁଇ ଅଭିଯୁକ୍ତ ଜିତେନ୍ଦ୍ର ଓ ଶଙ୍କରଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ବୟଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏଥିସହ ପୀଡ଼ିତାଙ୍କ ବୟାନ ବି ରେକର୍ଡ କରାଯାଇଥିବା କୋକସରା ଥାନା ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର