ୟୁଜି ଓ ପିଜି ପରୀକ୍ଷା ବିଜ୍ଞପ୍ତିରେ ସଂଶୋଧନ, ୱେବସାଇଟ୍‌ରେ ଫୋନ୍‌ ନମ୍ବର ଦେବେନି

ଭୁବନେଶ୍ବର: ୟୁଜି ଓ ପିଜି ଶେଷବର୍ଷ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଚଳିତବର୍ଷ ମହାବିଦ୍ୟାଳୟ ଅଧ୍ୟାପକମାନେ ମେଣ୍ଟର ଭାବେ ଦାୟିତ୍ବରେ ରହିବେ। ଛାତ୍ରଛାତ୍ରୀଙ୍କ ସହିତ ସେମାନେ ନିୟମିତ ଟେଲିଫୋନ୍‌ରେ ଯୋଗାଯୋଗ କରିବେ। ନିଜ ଗ୍ରୁପ୍‌ର ଛାତ୍ରଛାତ୍ରୀଙ୍କ ସୁବିଧା, ଅସୁବିଧା ସମ୍ପର୍କରେ ଅବଗତ ହୋଇ ସେମାନେ କିପରି ସୁବିଧାରେ ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ଦେଇପାରିବେ, ସେନେଇ ଆବଶ୍ୟକ ପଦକ୍ଷେପ ନେବେ। ମେଣ୍ଟର ଅଧ୍ୟାପକ କେଉଁ ସବୁ ଛାତ୍ରଛାତ୍ରୀଙ୍କ ଦାୟିତ୍ବରେ ରହିବେ, ତାହାର ତାଲିକା, ଟେଲିଫୋନ୍‌ ନମ୍ବର ଆଦି ପ୍ରସ୍ତୁତ କରି କଲେଜ ୱେବ୍‌ସାଇଟ୍‌ରେ ଜୁନ୍‌ ୩୦ସୁଦ୍ଧା ଛାଡ଼ିବାକୁ ଗତକାଲି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ପ୍ରକାଶ କରିଥିବା ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରିଥିଲେ। ତେବେ ୨୪ଘଣ୍ଟା ବିତିଛି କି ନାହିଁ, ନିଷ୍ପତ୍ତିରେ ପରିବର୍ତନ କରାଯାଇଛି। ମେଣ୍ଟର କିମ୍ବା ଛାତ୍ରଛାତ୍ରୀଙ୍କ ମୋବାଇଲ୍ ନମ୍ବର ୱେବସାଇଟ୍‌ରେ ଅପ୍‌ଲୋଡ୍‌ ନ କରିବାକୁ ସଚିବ ଶ୍ରୀ ମିଶ୍ର ଆଜି ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି କହିଛନ୍ତି।

ସମ୍ବନ୍ଧିତ ଖବର