ଉଜ୍ଜଳାରେ ଦୁର୍ନୀତି : କେନ୍ଦ୍ରାପଡ଼ାରେ ଧରାପଡ଼ିଲା ୧୨୦୬ଟି ସଂଯୋଗ

ସାରା ରାଜ୍ୟରେ ହେବ ଚଢ଼ାଉ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଦୁର୍ନୀତି ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ଏକ ଏଜେନ୍ସି ଏଏଚ୍‌ଏଲ୍‌ ଟିନ୍‌ ନମ୍ବର ବ୍ୟବହାର କରି ‌ଜାଲ୍‌ ହିତାଧିକାରୀଙ୍କ  ନାଁରେ ଗ୍ୟାସ୍‌ ସଂଯୋଗ ପ୍ରଦାନ କରିଛି। ପ୍ରକୃତ ହିତାଧିକାରୀଙ୍କୁ ଗ୍ୟାସ୍‌ ମିଳିନାହିଁ। ଏଭଳି ଘଟଣା‌ ପଦାକୁ ଆସିବା ପରେ ଏଲ୍‌ପିଜି ଯୋଗାଣ ସଂସ୍ଥାଗୁଡ଼ିକ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଛି। ରାଜନଗର ବ୍ଲକରେ ଥିବା ସମ୍ପୃକ୍ତ ଏଜେନ୍ସିକୁ ବାତିଲ୍‌ କରାଯାଇଛି। ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଏଭଳି ଚାଲୁଥିବା ନେଇ ସନ୍ଦେହ ମଧ୍ୟ ସୃଷ୍ଟି ହେବାରୁ ୩୦ଟି ଜିଲ୍ଲାରେ ଥିବା ୮୦୮ ଏଜେନ୍ସିର ତଦନ୍ତ କରାଯିବ। ଓଡ଼ିଶା ଓ ବାହାର ରାଜ୍ୟର ଅଧିକାରୀମା‌େନ ତଦନ୍ତରେ ସାମିଲ ହେବେ ବୋଲି ଆଇଓସିଏଲ୍‌ର ମୁଖ୍ୟ ମହାପ୍ରବନ୍ଧକ ପ୍ରୀତିଶ ଭାରତ କହିଛନ୍ତି।

ଆଇଓସିଏଲ୍‌ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ କେନ୍ଦ୍ରାପଡ଼ାରେ ଗ୍ୟାସ ସଂଯୋଗ ବନ୍ଦ ହୋଇ ନାହିଁ। ବରଂ ଗତ ୪ରୁ ୫ ଦିନ ପାଇଁ ନୂତନ ସଂଯୋଗକୁ ସ୍ଥଗିତ ରଖାଯାଇଥିଲା। ଗତକାଲିଠାରୁ ପୁଣିଥରେ ନୂଆ ସଂଯୋଗ ଆରମ୍ଭ ହୋଇଛି। ‌ଯେଉଁ ୪/୫ ଦିନ ବନ୍ଦ ‌େହାଇଥିଲା ସେଥିରେ ପୁରୁଣା ହିତାଧିକାରୀଙ୍କ କୌଣସି ଅସୁବିଧା ହୋଇ ନାହିଁ। ‌େସମାନଙ୍କୁ ନିୟମିତ ଭାବେ ଗ୍ୟାସ୍‌ ଯୋଗାଇ ଦିଆଯାଇଛି। ଜିଲ୍ଲାରେ ଯେଉଁ ଏଜେନ୍ସିରେ ଦୁର୍ନୀତି ହୋଇଥିଲା ତାହାକୁ ବାତିଲ୍‌ କରାଯିବା ସହ ଉକ୍ତ ଏଜେନ୍ସି ଅଧୀନରେ ଥିବା ହିତାଧିକାରୀଙ୍କୁ ନିକଟସ୍ଥ ୪ଟି ଏଜେନ୍ସି ଅଧୀନକୁ ପଠାଇ ଦିଆଯାଇଛି। ଉଜ୍ଜଳା ଯୋଜନାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଲକ୍ଷ ୧୫ ହଜାର ହିତାଧିକାରୀ ସାମିଲ ହୋଇଛନ୍ତି। ଜିଲ୍ଲାର ଆଉ କୌଣସି ଏଜେନ୍ସିରେ ସେଭଳି ଦୁର୍ନୀତି ହୋଇଥିବା ନେଇ ଏପର୍ଯ୍ୟନ୍ତ ନଜରକୁ ଆସିନି। ୨୬ଟି ଟିମ୍‌ ଚଢ଼ାଉ ଜାରି ରଖିଛି।

ଅନ୍ୟ ଜିଲ୍ଲାରେ ଉଜ୍ଜଳାେର ଦୁର୍ନୀତି ହୋଇଛି କି ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ଭାରତ କହିଥିଲେ, ଏପର୍ଯ୍ୟନ୍ତ ‌େସଭଳି କୌଣସି ଅଭିଯୋଗ ଆମ ପାଖକୁ ଆସିନି। ତଥାପି ଆମେ ରାଜ୍ୟରେ ଥିବା ୮୦୮ଟି ଏଜେନ୍ସିର ତଦନ୍ତ କରାଯିବ। ଏଥିପାଇଁ ଆମ ପାଖରେ ମାନବ ସମ୍ବଳର ଅଭାବ ରହିଛି। ‌େତଣୁ ଓଡ଼ିଶା ସମେତ ବାହାର ରାଜ୍ୟର ଅଧିକାରୀଙ୍କୁ ‌େନଇ ଚଢ଼ାଉ କରାଯିବ। ‌ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଇନି। ପ୍ରତି ତିନି ମାସରେ ଗ୍ୟାସ୍‌ ଏଜେନ୍ସିଗୁଡ଼ିକର କାଗଜପତ୍ର ଯା‌ଞ୍ଚ କରାଯାଉଛି। ଏପର୍ଯ୍ୟନ୍ତ କୌଣସି ସ୍ଥାନରେ କିଛି ବି ତ୍ରୁଟି ନଜରକୁ ଆସି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଉଜ୍ଜଳା ଯୋଜନାରେ ଏପର୍ଯ୍ୟନ୍ତ ରାଜ୍ୟରେ ୩୪ ଲକ୍ଷ ନୂତନ ହିତାଧିକାରୀ ସାମିଲ ହୋଇଛନ୍ତି। ଗତ ୪ ବର୍ଷ ମଧ୍ୟରେ ହିତାଧିକାରୀଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଏହି ସାମ୍ବା‌ଦିକ ସମ୍ମିଳନୀରେ ଆଇଓସିଏଲ୍‌ ଜିଏମ୍‌(ଏଲ୍‌ପିଜି) ସଞ୍ଜୟ କୁମାର ଝା, ଏଚ୍‌ପିସିଏଲ୍‌ର ଡିଜିଏମ୍‌(ଏଲ୍‌ପିଜି) ଧର୍ମେନ୍ଦ୍ର ବେହୁରା, ବିପିସିଏଲ୍‌ର ରାଜ୍ୟ ମୁଖ୍ୟ(ଏଲ୍‌ପିଜି) ସଞ୍ଜୟ ଶର୍ମା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର