ଆଦିବାସୀଙ୍କ ଶିକ୍ଷା, ସାମାଜିକ ବିକାଶ ପାଇଁ ବୁଝାମଣା: ୧୦ ବର୍ଷ ଏକାଠି କାମ କରିବେ କାର୍ଡ ଓ ପଶ୍ଚିମବଙ୍ଗର ଅନୁଷ୍ଠାନ

ଭୁବନେଶ୍ୱର: ସେଣ୍ଟର୍‌ ଫର୍‌ ଆଦିବାସୀ ରିସର୍ଚ୍ଚ (କାର୍ଡ), ଓଡ଼ିଶା ଏବଂ କୋଲକତାସ୍ଥିତ ନ୍ୟାସ୍‌ନାଲ ୟୁନିଭର୍ସିଟି ଅଫ୍‌ ଜୁଡିସିଆଲ୍‌ ସାଇନ୍ସ ମଧ୍ୟରେ ଗତକାଲି ଏକ ଦଶବର୍ଷିଆ ବୁଝାମଣା ପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ ମହିଳାଙ୍କ ଶିକ୍ଷା ଓ ସାମାଜିକ ସ୍ଥିତିରେ ବିକାଶ ଆଣିବା ସହିତ ଗବେଷଣା ଓ ରାଜନୈତିକ ଜ୍ଞାନ ପ୍ରଦାନ କ୍ଷେତ୍ରରେ ଏହା ସହାୟକ ହେବ ବୋଲି କୁହାଯାଉଛି।

ଭର୍ଚୁଆଲ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ନ୍ୟାସନାଲ ୟୁନିଭର୍ସିଟି ଅଫ୍‌ ଜୁଡିସିଆଲ ସାଇନ୍ସ କୁଳପତି ପ୍ରଫେସର ନିର୍ମଳ କେ ଚକ୍ରବର୍ତ୍ତୀ ସଭପତିତ୍ୱ ଓ କାର୍ଡର ନିର୍ଦ୍ଦେଶକ ଡକ୍ଟର ବିକ୍ରମ କେଶୋରୀ ଜେନା ପୌରୋହିତ୍ୟ କରିଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ମୁଖ୍ୟଅତିଥି ଏବଂ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ଜୟସ୍ୱାଲ, ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ, ଏନ୍‌ଆର୍‌ଟିଆଇ ଗୁଜୁରାଟର ବରିଷ୍ଠ ଐତିହାସିକ ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦ , କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଜେରେମି ଇମୋ ସରମନ ଓ ଟେକ୍ସସ ବିଶ୍ୱବିଦ୍ୟାଳୟ ଆମେରିକାର ପ୍ରଫେସର ଆମୀଶୋ ଜର୍ଜ , ପଦ୍ମଶ୍ରୀ ଡକ୍ଟର ଦମୟନ୍ତୀ ବେଶ୍ରା , ଏନ୍‌ୟୁଯେଏସ୍‌ କୋଲକାତାର ପ୍ରଫେସର ଶ୍ରୀନିବାସ ଏନ୍‌ ଏସ୍‌ , ଓଡ଼ିଶା ଲୋକସେବା ଆୟୋଗର ସଚିବ ଅଶୋକ ଦାଶ , ବିଶିଷ୍ଟ ଲେଖକ ଓ ବକ୍ତା ଚାରୁଦତ୍ତ ପାଣିଗ୍ରାହୀ, ସେଣ୍ଟ୍ରାଲ ୟୁନିଭର୍ସିଟିର ରେଜିଷ୍ଟ୍ରାର୍‌ ଡାକ୍ତର ଅସିତ କୁମାର ଦାସ , ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଡ. ନେହା ଶର୍ମା , କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଅଧ୍ୟାପିକା ଡ. ନୂପୁର ପଟ୍ଟନାୟକ , ଏସ୍‌ ସି ଏସ୍‌ ମହାବିଦ୍ୟାଳୟ ପୁରୀର ଅଧ୍ୟାପିକା ପ୍ରୀତି ଶ୍ରୀରଞ୍ଜନ , ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ନିନା ଦାଶ , ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ରବଣ ବାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଆଦିବାସୀ ବିକାଶ କ୍ଷେତ୍ରରେ ଗବେଷଣାର ଉପଯୋଗିତା ଏକାନ୍ତ ଆବଶ୍ୟକ । ଏହି ଚୁକ୍ତି ନିଶ୍ଚିତ ଭାବରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଆଦିବାସୀମାନଙ୍କ ଶିକ୍ଷା ସ୍ୱାସ୍ଥ୍ୟ ଓ ସାମାଜିକ ଜୀବନରେ ବିକାଶ ପାଇଁ ସହାୟକ ହେବା ସହିତ ବିଶ୍ୱରେ ଆଦିବାସୀମାନଙ୍କୁ ଯୋଡ଼ିବା କ୍ଷେତ୍ରରେ ସହାୟକ ହେବ ବୋଲି ମୁଖ୍ୟଅତିଥି ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ନାୟକ ମତ ରଖିଥିଲେ। କାର୍ଡର କାର୍ଯ୍ୟନିର୍ବାହୀ ନିର୍ଦେଶକ ରୁଦ୍ରନାରାୟଣ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରଫେସର ଶ୍ରବଣ ବାଗ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଫେସର ବିକଳି ଚରଣ ଦାସ , ପ୍ରଫେସର ସୁଦର୍ଶନ ମିଶ୍ର , ପ୍ରଫେସର ସୁବାସ ବାରିକ, ପ୍ରଫେସର ଲୋକନାଥ ମିଶ୍ର , ପ୍ରଫେସର ଲଷ୍ମୀକାନ୍ତ ମିଶ୍ର, ପ୍ରଫେସର ଅମୂଲ୍ୟ ଆଚାର୍ଯ୍ୟ , ଗବେଷକ ଭୋଳନାଥ ନାୟକ , ଅଧ୍ୟାପକ ଶୁଭମ ଦାସ , ଡ. କମଳ ପ୍ରସାଦ ମହାନ୍ତି , ସମୁଏଲ ଲିମା , କାର୍ଡର ଅନ୍ୟତମ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଚିନ୍ମୟ ସାହୁ ଏବଂ କାର୍ଡର ସମସ୍ତ ଉପଦେଷ୍ଟା ଓ ସଦସ୍ୟ ଓ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା , କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହାୟତା କରିଥିଲେ । ବାଶେଷରେ ଗଙ୍ଗାଧର ମେହେର ଉନିଭର୍ସିଟି ପ୍ରଫେସର ନିନା ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।

ସମ୍ବନ୍ଧିତ ଖବର