ଆଜି ୯୬୫ ଅଧିବେଶନରେ ଟିକାକରଣ

ଭୁବନେଶ୍ବର : ଆଜି ରାଜ୍ୟରେ ୯୬୫ ଅଧିବେଶନରେ ଟିକାକରଣ କରାଯିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ ସମୁଦାୟ ଟିକାକରଣ ୯୩ଲକ୍ଷ ୭୩ହଜାର ୬୯୯କୁ ବୃଦ୍ଧି ପାଇଛି।

ଗୁରୁବାର ସମୁଦାୟ ୧୦୭୧ ଟିକାକରଣ ଅଧିବେଶନ ଆୟୋଜିତ ହୋଇଥିଲା ଓ ଏଥିରେ ୧ଲକ୍ଷ ୪୭ହଜାର ୨୩ଜଣ କରୋନା ଟିକା ନେଇଛନ୍ତି। ଏଥିରେ ୧୮-୪୪ବର୍ଗର ୭୧,୩୩୧ଜଣ ପ୍ରଥମ ଓ ୪୮୬୫ଜଣ ଦ୍ବିତୀୟ‌ ଡୋଜ୍ ନେଇଛନ୍ତି। ସେହିପରି ୪୫ ବର୍ଷରୁ ଅଧିକ ୪୪,୧୯୨ଜଣ ପ୍ରଥମ ଓ ୨୪,୫୫୯ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଥିଲେ। ଏହାକୁ ମିଶାଇ ୧୮-୪୪ବର୍ଗରେ ଏ ପର୍ଯ୍ୟନ୍ତ ୧୨ଲକ୍ଷ ୨୮ହଜାର ୮୭୨ଜଣ ପ୍ରଥମ ଓ ୯୯,୨୮୧ଜଣ ଦ୍ବିତୀୟ ଡୋଜ୍ ନେଇ ସାରିଲେଣି। ୪୫ ବର୍ଷରୁ ଅଧିକ ପ୍ରଥମ ଡୋଜ୍ ୫୭ଲକ୍ଷ ୯ହଜାର ୫୭୫ଜଣ ନେଇଥିବା ବେଳେ ୧୨ଲକ୍ଷ ୩୯ହଜାର ୨୫ଜଣ ଦ୍ବିତୀୟ ଡୋଜ୍ ନେଇ ସାରିଲେଣି।

ସମ୍ବନ୍ଧିତ ଖବର