ଭ୍ୟାନ – ବାଇକ ଧକ୍କା: ଜଣେ ମୃତ

ଆନନ୍ଦପୁର: କେଉଁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଜୁଳିଆକଟା ନିକଟରେ ରବିବାର ସନ୍ଧ୍ୟାରେ ଏକ ପିକଅପ୍‌ ଭ୍ୟାନ ଓ ବାଇକ ମଧ୍ୟରେ ଧକ୍କା ଘଟିଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସ୍ଥାନୀୟ ପୁଲିସ ପକ୍ଷରୁ ବାଇକ ଓ ଭ୍ୟାନକୁ ଜବତ କରାଯାଇ ଛାନଭିନ ଆରମ୍ଭ ହୋଇଛି।

ତେବେ ମୃତକ ଓ ଗୁରୁତରଙ୍କ ନାମ ଜଣାପଡିନାହିଁ। ଉକ୍ତ ଘଟଣା ପରେ ସ୍ଥାନୀୟ ଲୋକେ ଜମା ହୋଇଯାଇଥିବାରୁ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା। ତେବେ ପୁଲିସ ପକ୍ଷରୁ ଭିଡକୁ ନିୟନ୍ତ୍ରଣ କରାଯାଇଛି। ଗୁରୁତରମାନେ ବର୍ତ୍ତମାନ ସ୍ଥାନୀୟ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର