ବେଦାନ୍ତ ବିଜ୍ଞାନ ଗୁରୁକୁଳମ୍‌ରେ ତ୍ରୈମାସିକ ନିଃଶୁଳ୍କ ବେଦାନ୍ତ ପାଠ୍ୟକ୍ରମ

ଭୁବନେଶ୍ବର : ସ୍ଥାନୀୟ ଶିଶୁପାଳଗଡ ନିକଟ ବଡ଼ଧାନପୁରସ୍ଥିତ ବେଦାନ୍ତ ବିଜ୍ଞାନ ଗୁରୁକୁଳମ୍‌ରେ ଓଡ଼ିଆ, ସଂସ୍କୃତ ଓ ଇଂରାଜୀ ଭାଷାରେ ୩ମାସ ଅବଧିର ତୃତୀୟ ପର୍ଯ୍ୟାୟ ବେଦାନ୍ତ ପାଠ୍ୟକ୍ରମ ଗୁରୁକୁଳର ଅଧ୍ୟକ୍ଷ ସ୍ବାମୀ ଭାଗବତାନନ୍ଦ ସରସ୍ବତୀଙ୍କ ତତ୍ବାବଧାନରେ ଆସନ୍ତା ଏପ୍ରିଲ ୨ ତାରିଖ ରାମନବମୀରେ ଆରମ୍ଭ ହେବାକୁ ଯାଉଛି। ୩ ମାସ ପରେ ଅଧ୍ୟୟନର ଆଗ୍ରହୀମାନଙ୍କ ନିମନ୍ତେ ପାଠ୍ୟକ୍ରମକୁ ପରିବର୍ଦ୍ଧିତ କରାଯିବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।

ଉପନିଷଦ, ଭଗବତଗୀତା, ପ୍ରକରଣ ଓ ଅନ୍ୟାନ୍ୟ ଶାସ୍ତ୍ର ସହିତ ସଂସ୍କୃତ, ଯୋଗ, ପ୍ରାଣାୟମ, ଧ୍ୟାନ, ବେଦପାଠ ଇତ୍ୟାଦି ବୈଦିକ ପରମ୍ପରାକୁ ଭିତ୍ତିକରି ଜୀବନର ଗଭୀର ଆତ୍ମବିଶ୍ଲେଷଣ, ଅନୁଧ୍ୟାନ, ଅନୁଶୀଳନର ଦିବ୍ୟଶିକ୍ଷା ଜିଜ୍ଞାସୁ ବିଦ୍ୟାର୍ଥୀମାନଙ୍କୁ ପ୍ରଦାନ କରାଯାଉଅଛି। ଏହି ପ୍ରାଚୀନ ଶିକ୍ଷା ସଂପୂର୍ଣ୍ଣ ନିଃଶୁଳ୍କ ପ୍ରଦାନ କରାଯିବା ସହ ଖାଦ୍ୟପେୟ ଓ ରହିବାର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି। ସମାଜ କଲ୍ୟାଣରେ ଉତ୍ସର୍ଗୀକୃତ ଜୀବନ ନିର୍ବାହର ଲକ୍ଷ୍ୟ ରଖିଥିବା ଜିଜ୍ଞାସୁ, ଶିକ୍ଷିତ ଯୁବକଯୁବତୀମାନେ ଏହି ପାଠ୍ୟକ୍ରମ ପାଇଁ ଆବେଦନ କରିବାକୁ କୁହାଯାଇଛି। ୧୮ରୁ ୩୦ ବର୍ଷ ବୟସର ଅବିବାହିତ ସ୍ନାତକ ଯୁବକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଗ୍ରହଣ କରାଯିବ। କଟକ, ଭୁବନେଶ୍ବର ଆଗ୍ରହୀ ଜିଜ୍ଞାସୁମାନେ ଅଧ୍ୟୟନ ନିମନ୍ତେ ଯାତାୟାତ କରି ମଧ୍ୟ ଉକ୍ତ ପାଠ୍ୟକ୍ରମରେ ‌େଯାଗ ଦେଇପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିନିମନ୍ତେ ଚଳିତ ମାସ ୩୧ ତାରିଖ ସୁଦ୍ଧା ବେଦାନ୍ତ ବିଜ୍ଞାନ ଗୁରୁକଳମ, ବଡ଼ଧାନପୁର, ଶିଶୁପାଳଗଡ, ଭୁବନେଶ୍ବର – ୭୫୧୦୦୨, ଫୋନ୍‌ – ୯୪୩୭୨୭୩୧୦୪, ୭୯୯୨୫୩୧୭୪୪, ଇମେଲ[email protected] ଠିକଣାରେ ଯୋଗା‌େଯାଗ ଓ ବ୍ୟକ୍ତିଗତ ସାକ୍ଷାତକାର କରିବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର