ଶେଷ ହେଲା ଭିଜିଲାନ୍ସ ଚଢ଼ାଉ, ସମ୍ପତ୍ତି ଦେଖି ତାଟକା ହୋଇଗଲେ ଭିଜିଲାନ୍ସ ଅଧିକାରୀ

ଭୁବନେଶ୍ୱର: ଓପିଏଚଡ଼ବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଥିବା ଚଢ଼ାଉ ଶେଷ ହୋଇଛି | କାଲିଠାରୁ ଭିଜିଲାନ୍ସର ଚଢ଼ାଉ ପରେ ସମ୍ପତ୍ତିର ମୂଲ୍ୟାୟନ ଚାଲିଥିଲା | ପ୍ରତାପଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଥିବାବେଳେ ତାଙ୍କୁ ଅଟକ ରଖି ଭିଜିଲାନ୍ସ ପଚରାଉଚୁରା କରୁଛି | ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ପ୍ରତାପଙ୍କ ୨୫ଟି ଜମିର ମୂଲ୍ୟ ୩ କୋଟି ୪୧ ଲକ୍ଷ ୫୮ ହଜାର ଟଙ୍କା ହୋଇଥିବାବେଳେ ଗୋଠପାଟଣାରେ ଥିବା ୫ ମହଲା ଘରର ମୂଲ୍ୟ ୩ କୋଟି ୮୯ ଲକ୍ଷ ତାଙ୍କ ବୋଲି ଜଣାପଡିଛି | ଅନ୍ୟ ଘରଗୁଡିକ ବାବଦରେ ଟେକିନିକାଲ ଟିମ ଅନୁଧ୍ୟାନ କରୁଛି |

ସେହିପରି ପ୍ରତାପ ସାମଲ ଓ ତାଙ୍କ ପରିବାରର ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧କୋଟି ୬୧ ଲକ୍ଷ ୩୫ହଜାର ୮୧୨ ଟଙ୍କା ରହିଛି | ୫୭ ଲକ୍ଷ ଟଙ୍କାର ବୀମା ପଇଠ ହୋଇଥିବାବେଳେ ଏବେ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଛି | ସୂଚନା ମୁତାବକ, ଗତକାଲି ଭୁବନେଶ୍ବର ଭିଜିଲାନସ ସ୍ପେଶାଲ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ପକ୍ଷରୁ ଓଡ଼ିଶା ପୁଲିସ ହାଉସିଂବୋର୍ଡ ଓ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ଘ‌‌ରେ ଚଢଉ କରାଯାଇଥିଲା । ଭିଜିଲାନ୍ସର ୧୦ଟି ଟିମ୍ ଏକକାଳୀନ ଭୁବନେଶ୍ବର ପୁଲିସ ହାଉସିଂବୋର୍ଡ ଅଫିସ ସମେତ ୧୦ଟି ସ୍ଥାନ‌ରେ ଚଢଉ କରିଥିଲା ।

ସୂଚନାଯୋଗ୍ୟ ଯେ ପ୍ରତାପ ସାମଲ ୧୯୮୮ରେ ଜୁନିଅର ଇଂଜିନିୟର ଭାବେ ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନରେ ଯୋଗ ଦେଇଥିଲେ । ୧୯୯୪-୯୫ରୁ ଏଷ୍ଟିମେଟର ଭାବେ କାମ କରୁଥିଲେ। ସେ କେନ୍ଦ୍ରାପଡା ଓ ଦେବଗଡ‌‌ରେ ବି କାମ କରିଥିଲେ । ୨୦୧୩ରେ ଡେପୁଟି ମ୍ୟାନେଜର ଭାବେ ପଦୋନ୍ନତି ପାଇ ରାଉରକେଲା, ବଲାଙ୍ଗୀର, କେନ୍ଦୁଝର, କଟକରେ କାମ କରିବା ପରେ ୨୦୧୯ରୁ ସେ ଭୁବନେଶ୍ବରରେ କାମ କରି ଆସୁଛନ୍ତି ।

ସମ୍ବନ୍ଧିତ ଖବର