ରାଜ୍ୟରେ ଆହୁରି ୪୩୦୦ ନଗଡ଼ା, ଏବେ ବି ଅପହଞ୍ଚ, ରାସ୍ତାଟିଏ ନାହିଁ

ଆଗରେ କଳାହାଣ୍ଡି, ବାଲେଶ୍ୱର ଜିଲ୍ଲା, ଶିକ୍ଷା, ସ୍ୱାସ୍ଥ୍ୟ ସେବା ପହଞ୍ଚିବ କିପରି?

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳତା ପାଇଁ ତାଙ୍କ ବ୍ୟକ୍ତିଗତ ସ୍ବଚ୍ଛତା ଓ ମହିଳା ସଶକ୍ତୀକରଣ ଯେମିତି ଦାୟୀ, ସେମିତି ସମଗ୍ର ରାଜ୍ୟରେ ଚିକ୍ ଚିକ୍ ରାସ୍ତା ମଧ୍ୟ ଅନ୍ୟତମ କାରଣ। ଅନ୍ୟ ରାଜ୍ୟ ତୁଳନାରେ ଏହା ଯଥେଷ୍ଟ ଉଲ୍ଲେଖନୀୟ। ଏକଥା ରାଜ୍ୟ ବାହାରର ଆଗନ୍ତୁକ ଭୁବନେଶ୍ବରରୁ ଯେ କୌଣସି ଜିଲ୍ଲା ସଦର ମହକୁମା ଗଲେ ନିଶ୍ଚୟ ସ୍ବୀକାର କରିବେ। ଏହା ସତ୍ତ୍ବେ ରାଜ୍ୟର ବଭିନ୍ନ ଗାଁ ଓ ଜନବସତିକୁ ସଡକ ଯୋଗାଯୋଗ ନେଇ ସରକାରୀ ରିେପାର୍ଟ ଆଖି େଖାସି ଦେବା ଭଳି। ଏହି ରିେପାର୍ଟ ସୂଚାଉଛି ଯେ ୨୦୧୯ ମସିହାରେ ବି ରାଜ୍ୟର ୪୩୦୦ ଗାଁ ବା ପଡାକୁ ଯିବା ପାଇଁ ରାସ୍ତାଟିଏ ନାହିଁ। େଯଉଁଠାରେ ଯାନବାହନ ଚଳାଚଳ କରିବା ଭଳି ସଡକ େଶଷ େହାଇଛି, ଏସବୁ ଗାଁକୁ ଯଦି ସେହିଠାରୁ ସଂଯୋଗ ପାଇଁ ସରକାର ନିଷ୍ପତ୍ତି ନିଅନ୍ତି, ତେବେ ପାଖାପାଖି ୧୧୫୦୦ କିେଲାମିଟର ରାସ୍ତା ନିର୍ମାଣ କରିବାକୁ ପଡିବ। ଏତିକି ରାସ୍ତା ନିର୍ମାଣ ହୋଇପାରିଲେ ଯାଇ ଏସବୁ ଅଞ୍ଚଳରେ ବସବାସ କରୁଥିବା େଲାକମାନେ ମୁଖ୍ୟ ସଡକକୁ ସୁବିଧାରେ ଯା ଆସ କରିପାରିବେ।

ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଲା, ଏସବୁ ଗାଁ ଓ ଜନବସତି ମଧ୍ୟରୁ ଶହ ଶହ ଅଞ୍ଚଳ ଏମିତି ରହିଛି, ଯେଉଁଠାକୁ ଚାରି ଚକିଆ ଯାନ କଥା ଦୂରେ ଥାଉ, ମୋଟର ସାଇକେଲ୍‌ ଯାଇପାରିବ ନାହିଁ। କିଛି ଲୋକ ପାଦରେ ଚାଲିକି ଯାଉଛନ୍ତି, ଆଉ କିଛି ଅତିବେଶିରେ ସାଇକେଲ୍‌ରେ ଯା ଆସ କରିପାରୁଛନ୍ତି। ଆହୁରି ଏମିତି ଶତାଧିକ ଗାଁ ଓ ବସତି ରହିଛି, ଯେଉଁଠି ସାଇକେଲ୍‌ ଯିବା ମଧ୍ୟ ସାତ ସପନ। ଗମନାଗମନ ଲାଗି କେବଳ ପାଦ ଚଲା ରାସ୍ତା ଉପରେ େଲାକେ ଆଜି ବି ନିର୍ଭର କରୁଛନ୍ତି।

ଓଡ଼ିଶାର ବିକାଶ ସଂପର୍କରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତିଦିନ ବାଦ ପ୍ରତିବାଦ ଚଳାଇଛନ୍ତି। ହେଲେ ରାଜ୍ୟର ୩୦ ଟି ଜିଲ୍ଲା ଅନ୍ତର୍ଗତ ୪୩୦୦ ଗାଁ ଓ ବସତିର ଏ ବିକଳ ଚେହେରା ସତ ବଖାଣୁଛି େଯ ଆମ ଭିତ୍ତିଭୂମିର ସ୍ଥିତି କେଉଁଠି।

ଆହୁରି ବିଡମ୍ବନାର ବିଷୟ େହଉଛି, ସରକାର େଯଉଁ ଆଖି ଝଲସିବା ଭଳି େଯାଜନା କରୁଛନ୍ତି, ତାହା ଏମାନଙ୍କ ପାଖରେ ପହଞ୍ଚୁନି। ଯେଉଁଠି ରାସ୍ତା ନାହିଁ, େସଠାରେ ଅଙ୍ଗନବାଡି, ସ୍ବାସ୍ଥ୍ୟ, ଶିକ୍ଷା ଓ ଜୀବନ ଜୀବିକା କାର୍ଯ୍ୟକ୍ରମ କିଭଳି ସମ୍ଭବ? ଏସବୁ ଆଉ େଗାଟିଏ େଗାଟିଏ ନଗଡାକୁ ସୂଚାଉନି କି?

ଉଲ୍ଲେଖଯୋଗ୍ୟ ଯେ ଯାଜପୁର ଜିଲ୍ଲାର ନଗଡାକୁ େନଇ ସମଗ୍ର ଦେଶରେ ହଇଚଇ ସୃଷ୍ଟି େହବା ପରେ ରାଜ୍ୟ ସରକାର ଅପହଞ୍ଚ ଅଞ୍ଚଳର ଏକ ତାଲିକା ପ୍ରସ୍ତୁତ ପାଇଁ ବିଭିନ୍ନ ବିଭାଗକୁ ନିର୍ଦେଶ ଦେଇଥିଲେ। ଯେଉଁ ସବୁ ଗାଁକୁ ଯୋଗାଯୋଗ ବ୍ୟବସ୍ଥା ନାହିଁ, ତାହା ଚିହ୍ନଟ ପ୍ରକ୍ରିୟା ଆରମ୍ଭ େହାଇଥିଲା। ଯୋଜନା ଓ ସ˚ଯୋଜନ ବିଭାଗ, ଜିଲ୍ଲାପ୍ରଶାସନ ଓ ଓରସାକ୍‌ ସହାୟତାରେ ଏ ସଂକ୍ରାନ୍ତରେ େଯଉଁ ରିେପାର୍ଟ ପ୍ରସ୍ତୁତ କରାଯାଇଛି, ତାହା ରାଜ୍ୟର ଭିତ୍ତିଭୂମି େକ୍ଷତ୍ରରେ ଏକ ବଡ଼ ଦୁର୍ବଳତାକୁ ପଦାକୁ ଟାଣି ଆଣିଛି।

କୌତୂହଳର କଥା ହେଲା, ଯୋଗାଯୋଗ େକ୍ଷତ୍ରରେ ଏଭଳି ଦୁର୍ବଳ ଭିତ୍ତିଭୂମି ଥିବା ଗାଁ ବା ବସତି ସଂଖ୍ୟା େକାରାପୁଟ ବା ମାଲକାନଗିରି ଜିଲ୍ଲାରେ ନାହିଁ। ବରଂ କଳାହାଣ୍ଡି ଜିଲ୍ଲା ଏ େକ୍ଷତ୍ରରେ ଆଗରେ ରହିଛି। ପରିସଂଖ୍ୟାନ କହୁଛି, ଏହି ଜିଲ୍ଲାରେ ଏଭଳି ୫୫୮ଟି ଗାଁ ବା ବସତି ରହିଛି, ଯାହା ପାଇଁ ସଡକ ନିର୍ମାଣ କରିବା ଆବଶ୍ୟକତା ସଂପର୍କରେ ଏଯାଏ ସରକାର େହଜିନାହାନ୍ତି। ଏହି ତାଲିକାରେ ଦ୍ବିତୀୟରେ ରହିଛି ଉପକୂଳବର୍ତୀ ବାଲେଶ୍ବର ଜିଲ୍ଲା। ଏଠାରେ ୪୦୩ଟି ଗାଁ ବା ବସତି ଆଜି ବି ଅପହଞ୍ଚ େହାଇ ରହିଛି। ସେହିଭଳି ଭଦ୍ରକରେ ୩୯୦, ରାୟଗଡାରେ ୩୬୮, ଗଜପତିରେ ୩୧୫, କନ୍ଧମାଳରେ ୩୧୮ ଟି ବସତି ରହିଛି େଯଉଁ ଅଞ୍ଚଳକୁ ଚାରିଚକିଆ ଯିବା ସ୍ବପ୍ନ। ୨୦୦ରୁ ଅଧିକ ଗାଁ ବା ବସତିକୁ େଯାଗାେଯାଗ ନଥିବା ତାଲିକାରେ ନବରଙ୍ଗପୁର, େକନ୍ଦୁଝର ଜିଲ୍ଲା ରହିଛି। ସମ୍ବଲପୁର ଭଳି ଉନ୍ନତ ଅଞ୍ଚଳରେ ବି ୧୯୮ଟି ଗାଁ ବା ବସତିକୁ େଯାଗାେଯାଗ ବ୍ୟବସ୍ଥା ନାହିଁ। ମୟୂରଭଂଜରେ ୧୯୫, ମାଲକାନଗିରିରେ ୧୯୦, ଜଗତସିଂହପୁରର ୧୧୦ ଗାଁ ସ୍ଥିତି ଅନୁରୂପ।

ତେବେ େସାନପୁର ଜିଲ୍ଲା ଏ େକ୍ଷତ୍ରରେ ଅନ୍ୟ ଏକ ରେକର୍ଡର ଅଧିକାରୀ। ଏହି ଜିଲ୍ଲାରେ ମାତ୍ର ୫ଟି ଗାଁ ରହିଛି, ଯେଉଁ ଅଞ୍ଚଳକୁ ଏଯାଏ େଯାଗାଯୋଗ ବ୍ୟବସ୍ଥା କରାଯାଇନାହିଁ। ସେହିଭଳି େକନ୍ଦ୍ରାପଡା, ଯାଜପୁରରେ ଏଭଳି ୭ଟି ଗାଁ ବା ବସତି ଥିବା େରକର୍ଡ କହୁଛି।

ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି, ଜିଲ୍ଲାପାଳ ଓ େଲାକପ୍ରତିନିଧିମାନଙ୍କ ମଧ୍ୟରେ ଆବଶ୍ୟକ ସମନ୍ବୟ ଅଭାବରୁ ଗମନାଗମନରେ େକ୍ଷତ୍ରରେ ଏଭଳି ଏକ ବଡ଼ ଅଭାବ ସୃଷ୍ଟି େହାଇଛି। ଏକଥା ସତ େଯ ଏତେସବୁ ରାସ୍ତା ନିର୍ମାଣ ପାଇଁ ପାଖାପାଖି ୪ ହଜାର େକାଟି ଟଙ୍କା ଦରକାର, ଯାହା ଏକାସଙ୍ଗରେ ଦିଆଯାଇପାରିବ ନାହିଁ। କିନ୍ତୁ ପ୍ରକଳ୍ପ ହାତକୁ ନେବା େବଳେ ଜିଲ୍ଲା େଯାଜନା କମିଟି ବୈଠକରେ ଯଦି ଥରୁଟିଏ ଏ ପ୍ରସଙ୍ଗକୁ ସାମ୍ନାରେ ରଖାଯାଆନ୍ତା, ତେବେ ମାତ୍ର ଅଳ୍ପ କିଛି ଦିନ ମଧ୍ୟରେ ରାସ୍ତା ନଥିବା ଅଭିଯୋଗକୁ ଏଡାଇ ଦିଆଯାଇପାରନ୍ତା।

ଅଧିକାରୀମାନଙ୍କ କହିବା କଥା ହେଉଛି, ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟକାରୀ ହେଉଛି। ଜିଲ୍ଲାପାଳମାନେ ସିଏସ୍‌ଆର‌୍‌ ଓ ଡିଏମ୍‌ଏଫ୍‌ ବାବଦରେ କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି, ହେଲେ ସେହି ଅର୍ଥରେ ଏସବୁ ରାସ୍ତାର ବିକାଶ ପାଇଁ ଆଗ୍ରହ େଦଖାଉନାହାନ୍ତି। ଏସବୁ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ କେବଳ ଗମନାଗମନ କ୍ଷେତ୍ରରେ ସମସ୍ୟା ଭୋଗୁଛନ୍ତି ତା ନୁହେଁ, ଏକାଧିକ ସରକାରୀ କାର୍ଯ୍ୟକ୍ରମ ବି େଲାକମାନଙ୍କ ପାଇଁ ଅପହଞ୍ଚ ହୋଇଯାଉଛି। ଖାସ୍‌ ଏହି କାରଣରୁ କେବେ ଦୋଳାରେ ପ୍ରସୂତି ଆସୁଛନ୍ତି ତ ଆଉ କେତେବେଳେ ଭେଳାରେ। ସରକାର ଅପଦସ୍ତ ହେଉଛନ୍ତି।

େଗାଟିଏ ସମୟରେ କେବଳ ନଗଡ଼ାକୁ ରାସ୍ତା ନିର୍ମାଣ ପାଇଁ ସରକାରଙ୍କ ତହବିଲରୁ ୧୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଇଥିଲା। ସେ ସମୟରେ ପ୍ରଥମ ପର୍ଯ୍ୟାୟରେ ୧୫୪ଟି ଗାଁର ସଡ଼କ ପଥର ବିକାଶ ପାଇଁ ଯୋଜନା ହୋଇଥିଲା। ସେତେବେଳେ ବଜେଟ୍‌ରେ ୫୦ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ ସରକାର। କିନ୍ତୁ ବାସ୍ତବ ଆକଳନ କରାଯିବା ପରେ ଜଣାପଡିଥିଲା େଯ େସସବୁ ରାସ୍ତା ପାଇଁ ୨୫୦କୋଟିରୁ ଅଧିକ ଟଙ୍କା ଆବଶ୍ୟକ। ପରବର୍ତୀ ସମୟରେ ବଜେଟରେ ଅର୍ଥ ବରାଦ େହାଇଛି। ସରକାର କିଛି ଅର୍ଥ ଖର୍ଚ୍ଚ କରିଛନ୍ତି, କିନ୍ତୁ ଏହା ରାସ୍ତା ନିର୍ମାଣରେ ପଛୁଆ ପଣ େନଇ ଥିବା ଦୁର୍ବଳତାକୁ ଢାଙ୍କି ପାରୁନାହିଁ।

ସମ୍ବନ୍ଧିତ ଖବର