ଭିମ୍‌ସାରରେ କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନ : ନିର୍ଦେଶକଙ୍କ ବିରୋଧରେ ମାମଲା ରୁଜୁ

ସମ୍ବଲପୁର : ଭିମସାରରେ ନିର୍ଦେଶକ ଡା.ଅଶ୍ବିନୀ ପୂଜାହାରୀଙ୍କ ବିରୋଧରେ ୧୦ ଦଫା ଅଭିଯୋଗ ଆଣି କାର୍ଯ୍ୟବନ୍ଦ କରିଥିବା କନିଷ୍ଠ ଡାକ୍ତର ସଂଘର ଆନ୍ଦୋଳନକୁ ୧୪ ଦିନ ପୂରିଛି। ସେପଟେ, ଏହି ଘଟଣାରେ ଭୀମ୍‌ସାର ନିର୍ଦେଶକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି।

ଅନ୍ୟ ଏକ ଖବର ଅନୁସାରେ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଜେଡିଏର ୫ ଜଣିଆ ଦଳ ଭୁବନେଶ୍ବର ଯାଇଛନ୍ତି। ନିର୍ଦେଶକ ଡା.ପୂଜାହାରୀଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ପ୍ରମାଣ ଓ ତଥ୍ୟ ଉପସ୍ଥାପନା ସାଙ୍ଗକୁ ନିର୍ଦେଶକଙ୍କୁ ପଦଚ୍ୟୁତ କରିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କନିଷ୍ଠ ଡାକ୍ତର ସଂଘ ଅନୁରୋଧ କରିବ ବୋଲି ଜଣାପଡ଼ିଛି। ଏହି ଆନ୍ଦୋଳନ ସମ୍ପର୍କରେ ଚର୍ଚ୍ଚା କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଗତ ୨୯ ତାରିଖରେ କନିଷ୍ଠ ଡାକ୍ତରଙ୍କୁ ଡକାଇଥିବାବେଳେ ମହାବନ୍ଦ ଯୋଗୁଁ ସେମାନେ ଯାଇପାରିନଥିଲେ। ତେବେ ସୋମବାରର ଏହି ଆଲୋଚନା ପରେ ସ୍ବାସ୍ଥ୍ୟ ବିଭାଗର ପ୍ରତିକ୍ରିୟା କ’ଣ ରହିବ, ତାହା ଉପରେ ସମସ୍ତଙ୍କର ନଜର ରହିଛି। ଅନ୍ୟପକ୍ଷରେ, ଭିମସାରର କିଛି ପିଜି ଛାତ୍ରଛାତ୍ରୀ ନିର୍ଦେଶକ ଡା.ଅଶ୍ବିନୀ ପୂଜହାରୀଙ୍କ ବିରୋଧରେ ବୁର୍ଲା ପୁଲିସ ନିକଟରେ ୪ ଦଫା ସଙ୍ଗିନ୍ ଅଭିଯୋଗ ଆଣିଛନ୍ତି। ଯାହାକୁ ନେଇ ପୁଲିସ୍ ମଧ୍ୟ ନିର୍ଦେଶକ ଡା.ପୂଜାହାରୀଙ୍କ ବିରୋଧରେ ମାମଲା ରୁଜୁ କରି ପୁଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି।

ଅନ୍ୟପକ୍ଷରେ ସମସ୍ତ ଅଭିଯୋଗକୁ ନିର୍ଦ୍ଦେଶକ ଶ୍ରୀ ପୂଜାହାରୀ ଖଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର